ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ସାବାଳିକାଙ୍କ ମୌଳିକ ଅଧିକାର

ନୂଆଦିଲ୍ଲୀ ୦୨/୧୨: ଦେଶର ପ୍ରତ୍ୟେକ ସାବାଳକ ଓ ସାବାଳିକା ନିଜ ଇଚ୍ଛାରେ ଏବଂ ନିଜ ପସନ୍ଦରେ ଜୀବନ ସାଥି ବାଛିବାର ଅଧିକାର ଅଛି। ଏହା ତାଙ୍କର ମୌଳିକ ଅଧିକାର। ଏହି ଅଧିକାର ଦେଶର ସମ୍ବିଧାନ ସେମାନଙ୍କୁ ଦେଇଛି। ଦେଶରେ ଲଭ୍‌ ଜିହାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଏଭଳି କିଛି ରାୟ ଶୁଣାଇଥିଲେ। ଜଣେ ସାବାଳିକାଙ୍କୁ ନିଜ ପସନ୍ଦରେ ବିବାହ କରିବା ଅଧିକାର ରହିଛି ବୋଲି କୋର୍ଟ କହିଥିଲେ। ୨୭ ନଭେମ୍ବରରେ ବେଙ୍ଗାଲୁରୁ ନିବାସୀ ଏଚବି ଓ୍ବାଜିଦ ଖାନଙ୍କ ଆବେଦନ ଉପରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି, ଦୁଇ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ଦିଆଯାଇଥିବା ଅଧିକାରକୁ କେହି ହନନ କରିପାରିବେ ନାହିଁ। ଏଥିରେ ଧର୍ମ ଓ ଜାତିର କୌଣସି ମାନେ ନଥିବା କୋର୍ଟ କହିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ସଫ୍ଟଓାୟର ଇଞ୍ଜିନିୟର ଓ୍ବାଜିଦ ଖାନ ହାଇକୋର୍ଟରେ ହେଭିଅସ୍‌ କର୍ପସ ଆବେଦନ କରିଥିଲେ। ଏଥିରେ ନିଜର ସହଯୋଗୀ ଇଞ୍ଜିନିୟର ରାମ୍ୟାଙ୍କୁ ଅଦାଲତରେ ହାଜର କରିବା ସହ ତାଙ୍କୁ ସ୍ବାଧୀନ କରିବା ପାଇଁ ଜଣାଇଥିଲେ। ତେବେ କୋର୍ଟଙ୍କ ନିର୍ଦେଶ କ୍ରମେ ପୋଲିସ ରାମ୍ୟାଙ୍କୁ କୋର୍ଟରେ ହାଜର କରାଇଥିଲା। ଶୁଣାଣି ବେଳେ ରାମ୍ୟାଙ୍କୁ ମା-ବାପା ଓ ଓ୍ବାଜିଦଙ୍କ ମା ମଧ୍ୟ ଉପସ୍ଥିତ ଥିଲେ।

କୋର୍ଟରେ ରାମ୍ୟା କହିଥିଲେ ସେ ଏବେ ଏକ ଏନଜିଓ ସହ ଜଡ଼ିତ ରହିଛନ୍ତି। ତାଙ୍କ ବାପା-ମା ଓ୍ବାଜିଦଙ୍କ ସହ ବିବାହକୁ ବିରୋଧ କରିଥିବା ରାମ୍ୟା ଅଭିଯୋଗ କରିଥିଲେ। ଏହି ବିବାହରେ ଓ୍ବାଜିଦଙ୍କ ମା ସହମତି ପ୍ରକାଶ କରିଥିବା ବେଳେ ରାମ୍ୟାଙ୍କ ମା-ବାପା ରାଜି ନଥିବା କହିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ରାମ୍ୟା ଜଣେ ଇଞ୍ଜିନିୟର ହୋଇଥିବାରୁ ସେ ନିଜର ନିଷ୍ପତ୍ତି ନିଜେ ନେଇପାରିବେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି