ଅପରାଧ ରାଜ୍ୟ

ହାଇଓ୍ବା ଧକ୍କାରେ ଭାଙ୍ଗିଗଲା ୪ଟି ବିଦ୍ୟୁତ ଖୁଣ୍ଟି, ବିପଦରେ ଗ୍ରାମବାସୀ

ନିମାପଡା ୩।୮: ମୋରମ ଖଣିକୁ ଯାଉଥିବା ହାଇୱା ଧକ୍କାରେ ୪ଟି ବିଦ୍ୟୁତ ପୋଲ ଭାଙ୍ଗି ପଡିଛି । ଏହା ଗାଁ ପ୍ରତି ବିପଦ ଡାକି ଆଣିଛି । ଏଭଳି ଅଘଟଣ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ରେଙ୍ଗଲ ପଞ୍ଚାୟତର ଝାରପଡ଼ା ଗ୍ରାମରେ ଘଟିଛି ।

ସୂଚନଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଖଣିରୁ ମୋରମ ଆଣିବାକୁ ଯାଉଥିବା ଟ୍ରକଟି ଏଭଳି ଦୁର୍ଘଟଣା ଘଟାଇଛି । ଟ୍ରକ୍ ଚାଳକ ଅତି ବେପରୁଆ ଭାବେ ଗାଡ଼ି ଚଳାଇ ଏଭଳି କାଣ୍ଡ ଭିଆଇଛନ୍ତି । ଘରର ଫାଟକ, ପାଣି କଳ ଏବଂ ରାସ୍ତା ମଝିରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଛି ବିଦ୍ୟୁତ ପୋଲ । ତାର ମଧ୍ୟ ସେମିତି ଗାଡ଼ିରେ ଗୁଡ଼େଇ ହୋଇ ରହିଛି । ଯଦି କେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥାନ୍ତେ ତେବେ ନିଶ୍ଚିତ ସେ ପ୍ରାଣ ହରାଇଥାନ୍ତେ । ତେବେ ବେଆଇନ ଖଣିରୁ ଗ୍ରାମ୍ୟ ରାସ୍ତା ଦେଇ ମୋରମ ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଯୁବକ ଏହାକୁ ବିରୋଧ କରି ଗାଁ ରାସ୍ତାରେ ବଡ଼ ଗାଡ଼ି ଯାତାୟତ ନକରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।