ଅପରାଧ ଦେଶ ବିଦେଶ

ହସ୍ପିଟାଲ୍‌ ଆଇସିୟୁରେ ମହିଳା ରୋଗୀଙ୍କ ସହିତ ଦୁଷ୍କର୍ମ କଲା ପୁରୁଷ ନର୍ସ

ଅଲ୍‌ୱାର୍‌: ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ରାଜସ୍ଥାନର ଅଲ୍‌ୱାର୍‌ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣେ ୨୪ ବର୍ଷୀୟା ବିବାହିତା ମହିଳାଙ୍କ ସହିତ ଦୁଷ୍କର୍ମ କରି ଜଣେ ପୁରୁଷ ନର୍ସ ଗିରଫ ହୋଇଥିବା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ରାତି ପ୍ରାୟ ୩.୩୦ରେ ଅଭିଯୁକ୍ତ ନର୍ସ ଆଇସିୟୁରେ ପ୍ରବେଶ କରି ପରଦା ଟାଣି ଦେଇ ତାଙ୍କ ସମ୍ମୁଖରେ ଅଭଦ୍ରୋଚିତ କାର୍ଯ୍ୟ କଲେ। ପ୍ରତିବାଦ କରିବାରୁ ସେ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ତାଙ୍କ ସହିତ ଦୁଷ୍କର୍ମ କଲେ।

ଏହି ଦୃଶ୍ୟ ଡାକ୍ତରଖାନାର ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି। ନର୍ସଜଣକ ସେ ମହିଳା ରୋଗୀଙ୍କ ପାଖକୁ ଯାଉଥିବା ଦୃଶ୍ୟ ସେଥିରେ ଦେଖାଯାଉଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ପୁରୁଷ ନର୍ସଙ୍କୁ ଗିରଫ କରି ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ମହିଳାଜଣକ ସୋମବାର ଅପରାହ୍ଣରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କହିଛନ୍ତି ଯେ, ନର୍ସ ଉକ୍ତ ଇଞ୍ଜେକ୍‌ସନ୍‌ ଦେବାରୁ ସେ ଅଚେତ ହୋଇପଡ଼ିଲେ। ଚେତା ଫେରିବା ପରେ ଜାଣିଲେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଚିତ୍କାର କରିବାରୁ ଅଭିଯୁକ୍ତ ନର୍ସ ତାଙ୍କୁ ଆଉ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ପୁଣି ଦୁଷ୍କର୍ମ କରିବ ବୋଲି ଧମକ ଦେଲା। ତା’ପରେ ଜଣେ ମହିଳା ନର୍ସ ଆସିଲେ, କିନ୍ତୁ ସାହାଯ୍ୟ ନ କରି ଓଲଟି ତାଙ୍କୁ ଧମକ ଦେଲେ।

ମହିଳାଜଣକ ସ୍ବାମୀଙ୍କୁ ଏକଥା କହିବା ପରେ ଥାନାରେ ଅଭିଯୋଗ ଗ୍ରହଣ କରାଯାଇଛି। ମହିଳାଙ୍କ ବୟାନକୁ ଆଧାର କରି ‘ଏଫ୍‌ଆଇଆର୍‌’ ପଞ୍ଜିକୃତ ହୋଇଛି ବୋଲି ତଦନ୍ତକାରୀ ଅଧିକାରୀ ରାଜପାଲ ସିଂହ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ