ମନୋରଞ୍ଜନ

‘ହସିନ୍ ଦିଲ୍‌ରୁବା’

ଦକ୍ଷିଣୀ ସୁନ୍ଦରୀ ତାପସୀ ଏଇ କିଛି ଦିନ ହେବ ବଲିଉଡ୍‌ରେ ଟହଲ ମାରୁଛନ୍ତି। ଖାଲି ଟହଲ ମାରୁନାହାନ୍ତି ତ ମୁମ୍ବାଇ ମାୟାନଗରୀରେ ଷ୍ଟାର୍ ଖାନଦାନୀ ଏବଂ ଲବି; ଦୁଇଟି ବାଟରେ ଥିବା ଆଗଧାଡ଼ିର ଅଭିନେତ୍ରୀମାନଙ୍କୁ ନାକେଦମ୍ କରିଦେଉଛନ୍ତି। ତାପସୀ ବଛାବଛା ସିନେମାର ନାୟିକା ସୁଯୋଗ ଅନ୍ୟମାନଙ୍କ ହାତରୁ ଛଡ଼ାଇ ନେଉଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ଚଷମେ ବଦୁର’ରୁ ବଲିଉଡ୍‌ରେ ପ୍ରବେଶ କରିଥିବା ତାପସୀ ପରେ ପିଙ୍କ୍, ରନିଙ୍ଗ୍ ଶାଦି, ଦ ଗାଜି ଆଟାକ୍, ନାମ ଶବାନା, ଜୁଡୱା-୨, ଦିଲ ଜଙ୍ଗଲି, ମୁଲକ, ମରଜାୱାଁ, ମିସନ ମଙ୍ଗଲ, ଥାପଡ଼ ଆଦିର ନାୟିକା ସାଜି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ମଧ୍ୟ ଆଉ କିଛି ଅଫର୍ ରହିଛି ତାଙ୍କ ହାତରେ, ଏଇ ଯେମିତି ଜନଗଣ ମନ, ରଶ୍ମି ରକେଟ୍, ଦୁବାରା, ସାବାସ୍ ମିଠୁ।

ହେଲେ ଏବେ ଶୁଣିବାକୁ ମିଳୁଛି, ନେଟଫିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ତାପସୀ ପନୁଙ୍କ ଅଭିନୀତ ‘ହସିନ୍ ଦିଲ୍‌ରୁବା’। ଏଥିରେ ତାପସୀ ରାଣୀ କାଶ୍ୟପ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ବିକ୍ରାନ୍ତ ମାସେ। କନିକା ଧିଲନଙ୍କ ରଚିତ ଏଇ ଚଳଚ୍ଚିତ୍ରର କାହାଣୀ ହତ୍ୟା ରହସ୍ୟ ପ୍ରତିଫଳିତ ହେଇଛି। ତାପସୀ ଓ ବିକ୍ରାନ୍ତଙ୍କ ବ୍ୟତୀତ ଏଥିରେ ପ୍ରମୁଖ ଭୂମିକାରେ ଉଭା ହେଇଛନ୍ତି ହର୍ଷବର୍ଦ୍ଧନ ରାଣେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ