ଅପରାଧ ରାଜ୍ୟ

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ନିଆଳି ୨୫/୧୦: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ଘଟଣାରେ ଓଲଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ସୂଚନା ଥାଉକି, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ରଶ୍ମିରେଖା ଖିଲାର । ଅଡଶପୁର ଦେବକି ହଷ୍ଟେଲରେ ରହି ଉଦାୟନାଥ ମହାବିଦ୍ୟାଳୟର ବିଜ୍ଞାନର ୩ୟ ବର୍ଷର ଛାତ୍ରୀ ଥିଲେ ରଶ୍ମିରେଖା । ତାଙ୍କ ଘର ଯାଜପୁର କୁଆ ଖିଆ ଥାନା ବେଦମତି ଗାଁରେ । ଉଚ୍ଚ ଶିକ୍ଷା ପାଇଁ ୨୦୨୦ ମସିହାରେ ଏଠାକୁ ପାଠ ପଢିବାକୁ ଆସିଥିଲେ ।

ପରିବାର ଲୋକଙ୍କ କହିବା ମୁତାବକ ସୋମବାର ଦୀପାବଳି ଦିନ ଝିଅ ନିଖୋଜ ନେଇ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ ହଷ୍ଟେଲ ମାଲିକ । ପରିବାର ଲୋକ ଖବର ପାଇ ହଷ୍ଟେଲରେ ଆସି ପହଞ୍ଚିଥିଲେ । ପରିବାର ଲୋକଙ୍କୁ ହଷ୍ଟେଲ ମାଲିକ କହିଥିଲେ ଯେ, ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲରେ ରୁମରେ ଝିଅର ଝୁଲନ୍ତା ମୃତହେହ ଦେଖି ତାଜୁବ ହୋଇଯାଇଥିଲେ ପରିବାର ଲୋକ ।

ପାରିପାର୍ଶ୍ୱିତ ସ୍ଥିତି ଦେଖିବା ପରେ ଲାଗିଥିଲା ଯେ ଝିଅକୁ ହତ୍ୟା ପରେ ମାରି ଟାଙ୍ଗି ଦିଆଯାଇଛି । ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।