ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ଷ୍ଟାର କ୍ରର୍ଷ୍ଟି ଏଲେଙ୍କ ପରଲୋକ, ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମୁମ୍ଵାଇ ୦୬।୧୨: ହଲିଉଡ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ କ୍ରର୍ଷ୍ଟି ଏଲେଙ୍କ ଦେହାନ୍ତ। ଦୀର୍ଘଦିନ ଧରି କର୍କଟ ରୋଗ ସହିତ ସଂଘର୍ଷ କରୁଥିଲେ । ଶେଷରେ ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି କମେଡି ଶୋ ‘ଚିୟର୍ସ’ ରୁ ପରିଚୟ ପାଇଥିଲେ। ଏଲେଙ୍କ ମୃତ୍ୟୁକୁ ନେଇ ତାଙ୍କର ଦୁଇ ସନ୍ତାନ ଟ୍ରୁ ଷ୍ଟିଭେନ୍ସନ୍ ଏବଂ ଲିଲି ପାର୍କର ଷ୍ଟିଭେନ୍ସନ୍ ନିଶ୍ଚିତ କରିଛନ୍ତି।

ଏକ ବିବୃତ୍ତିରେ କହିଛନ୍ତି ଯେ ‘ଆପଣଙ୍କୁ ଜଣାଇବାକୁ ଦୁଃଖିତ ଯେ ଆମ ମା କର୍କଟ ରୋଗରେ ପୀଡିତ ଥିଲେ। ନିକଟରେ ତାଙ୍କର କର୍କଟ ରୋଗ ଡାୟଗ୍ରୋଜ୍‌ କରାଯାଇଥିଲା। ସେ ତାଙ୍କ ପରିବାର ସହିତ ରହୁଥିଲେ। ଅଭିନେତ୍ରୀଙ୍କ ବ୍ୟତୀତ ସେ ଜଣେ ଅଦ୍ଭୁତ ମା ଏବଂ ଜେଜେମା ଥିଲେ । ତାଙ୍କ ପିଲାମାନେ କହିଛନ୍ତି, ଫ୍ଲୋରିଡାର ମଫିଟ କ୍ୟାନସର ସେଣ୍ଟରରେ ଏଲେ ଚିକିତ୍ସିତ ହେଉଥିଲେ। ଏଥିପାଇଁ ମଫିଟ୍ କ୍ୟାନସର ସେଣ୍ଟରରର ଡାକ୍ତର ଏବଂ ନର୍ସଙ୍କ ଅବିଶ୍ୱସନୀୟ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

ପରିବାର ତରଫରୁ କୁହାଯାଇଛି କି ଆମ ମା’ଙ୍କ ପ୍ରତି ଥିବା ଉତ୍ସାହ ତାଙ୍କ ପିଲା, ନାତି ସ୍ନେହ କେବେ ଭୁଲି ପାରିବୁନି। ସେ ଯେଉଁ ସୁଖ ସହିତ ଜୀବନ ବିତାଇଥିଲେ ଆମେ ବର୍ଣ୍ଣନା କରିପାରିବୁ ନାହିଁ । ସେ ଆମକୁ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଥିଲେ ଏବଂ ଆମର ପ୍ରେରଣା ଥିଲେ । ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଥିଲା ଯେ ଏହି କଷ୍ଟ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ୧୯୯୧ରେ, କମେଡି ଶୋ ‘ଚିୟର୍ସ’ ପାଇଁ ଏଲେଙ୍କୁ ଏମି ପୁରସ୍କାର ଏବଂ ଗୋଲଡେନ୍ ଗ୍ଲୋବ ପ୍ରଦାନ କରାଯାଇଥିଲା । ଅନେକ ଫିଲ୍ମ ସିରିଏଲ୍‌ ଶୋ’ ପାଇଁ ବହୁତ ପୁରଷ୍କାର ପାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ