ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ଫିଲ୍ମର ଶୁଟିଂ ପାଇଁ ବାହାରିଲେ ଆଲିଆ, କହିଲେ-ମୁଁ ବହୁତ ନର୍ଭସ ଅଛି

ମୁମ୍ବାଇ୧୯।୦୫: ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ହଲିଉଡ ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ସୁଟିଂ ପାଇଁ ଆଲିଆ ଭଟ୍ଟ ବାହାରିଛନ୍ତି। ଏହି ଚଳଚ୍ଚିତ୍ରରେ ହଲିଉଡ ଅଭିନେତ୍ରୀ ଗେଲ ଗୋଟେଡ୍ ମଧ୍ୟ ତାଙ୍କ ନଜର ଆସିବେ। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆଲିଆ । ଯେଉଁଥିରେ ଆଲିଆ କିଛି ବିଶେଷ କଥା ମଧ୍ୟ କହିଛନ୍ତି।

ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ କାର ଫଛ ସିଟ୍‌ରେ ବସିଥିବା ବେଳେ ନଜର ଆସିଛନ୍ତି। ହାଲୁକା ମେକଅପ୍‌ ସହ କେଶକୁ ଖୋଲା ରଖିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି କି ବହୁତ ନର୍ଭସ୍‌ ଅନୁଭବ କରୁଛନ୍ତି। ଆଜି ମୁଁ ମୋର ପ୍ରଥମ ହଲିଉଡ ଫିଲ୍ମର ସୁଟିଂ ପାଇଁ ଯାଉଛି । ବର୍ତ୍ତମାନ ମୁଁ କିଛି ନୂଆ କରିବାକୁ ଯାଉଛି। ମୁଁ ଏ ବିଷୟରେ ବହୁତ ଚିନ୍ତିତ । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇବାକୁ କହିଥିଲେ।

ଏହା ବ୍ୟତୀତ ଆଲିଆଙ୍କ ଫଟୋ ଦେଖି ଅନେକ ବଡ ବଡ ସେଲେବ୍‌ମାନେ କମେଣ୍ଟ ଦେବାରେ ଲାଗିଛନ୍ତି । ମନୀଷ ମଲହୋତ୍ରା, ସୋନି ରଜଦାନ, ରିଦ୍ଧିମା କପୁର, ପୂଜା ଭଟ୍ଟ ଆଲିଆଙ୍କୁ ଭଲ ପାଇବା ସହ ଶୁଭେଚ୍ଛା ଜଣାଇଛନ୍ତି। ଫଟୋ ଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଅଭିନେତ୍ରୀକୁ ପ୍ରଶଂସା କରାଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ