ଦେଶ ବିଦେଶ ସ୍ୱାସ୍ଥ୍ୟ

ହରିୟାଣା ଓ ଗୁଜରାଟରେ ନୂଆ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ: ଗତ ସପ୍ତାହରେ ସାତଦିନ ଭିତରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଦୈନିକ କୋଭିଡ୍ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି, ଯଦିଓ ସାରା ଦେଶରେ ଗତ ଦୁଇବର୍ଷ ଭିତରେ ସଂକ୍ରମଣ ହାର ଏବେ ସର୍ବନିମ୍ନ ସ୍ତରରେ ରହିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଶନିବାର ଦିଲ୍ଲୀରେ ୧୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ହାର ୧.୫୫ ପ୍ରତିଶତ ରହିଥିଲା। ଏଥି ସହ ଜାତୀୟ ରାଜଧାନୀର ମୋଟ ସଂକ୍ରମଣ ସଂଖ୍ୟା ୧୮,୬୬,୧୦୨କୁ ବୃଦ୍ଧି ପାଇଥିଲା। ମୃତ୍ୟସଂଖ୍ୟା କିନ୍ତୁ ୨୬,୧୫୬ରେ ଅପରିବର୍ତ୍ତିତ ଥିଲା। ଅପରପକ୍ଷେ ଶୁକ୍ରବାର ନୂତନ ସଂକ୍ରମଣ ସଂଖ୍ୟା ୧୪୬ ଥିବା ବେଳେ ପଜିଟିଭିଟି ହାର ୧.୩୯ ଥିଲା। ଇତିମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ସ୍ଥିରତା ଦେଖିବାକୁ ମିଳିଛି। ହରିୟାଣାରେ ନୂତନ ସଂକ୍ରମଣରେ ସାପ୍ତାହିକ ହାରାହାରି ସଂକ୍ରମଣ ୪୭ରୁ ବୃଦ୍ଧି ପାଇ ଶନିବାର ୬୮ରେ ପହଞ୍ଚିଛି। ଗୁଜରାଟରେ ଶୁକ୍ରବାର ଓମିକ୍ରନ୍‌ର ଏକ୍ସଇ ଉପକିସମ ଚିହ୍ନଟ ହୋଇଥିଲା। ଏଥିସହ କିଛି ଦିନ ଭିତରେ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁରୁବାର ୮ଟି ସଂକ୍ରମଣ ରିପୋର୍ଟ କରାଯାଇଥିବା ବେଳେ ଶନିବାର ତାହା ୩୪କୁ ଡେଇଁଛି। ମାର୍ଚ୍ଚ ୧୩ରୁ ଅଦ୍ୟାବଧି ଏହା ସର୍ବାଧିକ। ସେହିପରି ସାପ୍ତାହିକ ହାରାହାରି ଗତ ସପ୍ତାହର ୯ରୁ ଶନିବାର ୧୫କୁ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀ‌ରେ କେନ୍ଦ୍ର ସରକାର କେରଳ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମକୁ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ