କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହରିଦ୍ୱାର କୁମ୍ଭମେଳାରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଉତ୍ତରାଖଣ୍ଡ ସରକାରଙ୍କୁ ସତର୍କ କଲେ କେନ୍ଦ୍ର ସରକାର

ହରିଦ୍ୱାର ୨୧/୦୩ : ଉତ୍ତରାଖଣ୍ଡ ହରିଦ୍ୱାରରେ ହେବାକୁଥିବା ମହାକୁମ୍ଭ ମେଳାରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉତ୍ତରାଖଣ୍ଡ ସରକାରଙ୍କୁ ସତର୍କ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତରାଖଣ୍ଡ ଚିଫ ସେକ୍ରେଟାରୀଙ୍କୁ ରବିବାର ଦିନ ଚିଠି ଲେଖି ସତର୍କ କରିଛନ୍ତି ଯେ ହରିଦ୍ୱାର କୁମ୍ଭମେଳାରେ କରୋନା ସଂକ୍ରମଣ ବଢିପାରେ। ହରିଦ୍ୱାରରେ ବର୍ତ୍ତମାନ ଯେତିକି ଟେଷ୍ଟ ହେଉଛି ତାହା ଯଥେଷ୍ଟ ନୁହେଁ।

କୁମ୍ଭମେଳାକୁ ଦୃଷ୍ଟିରେ ରାଖୀ କେନ୍ଦ୍ର ସରକାର ଉତ୍ତରାଖଣ୍ଡ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ତରଫରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ କୁମ୍ଭମେଳା ସମୟରେ ଉଚ୍ଚ ସ୍ଥରୀୟ ସେଣ୍ଟ୍ରାଲ ଟିମ ପରାମର୍ଶ ଦିଆଯାଇଥିବା ପଦକ୍ଷେପ ଉପରେ କାର୍ଯ୍ୟକାରୀ କରିବାକୁ ସୁନିଶ୍ଚିତ କରନ୍ତୁ। ୧୨ ରାଜ୍ୟରେ ଗତ କିଛି ଦିନ ହେଲା କରୋନା ମାମଲା ବୃଦ୍ଧି ପାଇଛି। ଏହିସବୁ ପ୍ରଭାବିତ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିପାରନ୍ତି। ସେଣ୍ଟ୍ରାଲ ଟିମ ଅନୁଯାୟୀ, ପ୍ରତିଦିନ ୧୦-୨୦ ଶ୍ରଦ୍ଧାଳୁ ଓ ୧୦-୨୦ ସାଧାରଣ ଲୋକ ପଜିଟିଭ ଚିହ୍ନଟ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଏମର୍ଜେନ୍ସି ଅପରେସନାଲ ସେଣ୍ଟର ଜରିଆରେ ଶ୍ୱାସ ସମ୍ବନ୍ଧୀୟ ରୋଗ ଓ ଏହାର ଲକ୍ଷଣ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉ। ସବୁ ଅଞ୍ଚଳରେ କରୋନା ଯାଞ୍ଚ ସଂଖ୍ୟା ବଢାଯାଉ। ଯେଉଁଠାରେ କରୋନା ମାମଲା ବଢିବାର ଆଶଙ୍କା ରହିଛି ସେହି ସ୍ଥାନରେ ଖାସ ନଜର ରଖାଯାଉ। କୁମ୍ଭ ସ୍ନାନ ପୂର୍ବରୁ ଓ ପରେ ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତାଙ୍କ ଯାଞ୍ଚ କରାଯାଉ। ଯଦି ମାମଲା ବୃଦ୍ଧି ପାଉଛି ତାହେଲେ ଜେନୋମିକ୍ କ୍ରମ ପାଇଁ NCDC ସହିତ ସମନ୍ୱୟ କରି ନମୁନା ପଠାନ୍ତୁ।

ରବିବାର ଦିନ ଦେଶରେ ୪୩ ହାଜର ୮୪୬ ମାମଲା ସାମ୍ନାକୁ ଆସିଛି। ନଭେମ୍ବର ୨୬ ତାରିଖ ପରେ ଗୋଟିଏ ଦିନରେ ଆସିଥିବା ମାମଲା ମଧ୍ୟରେ ଏହା ସବୁଠାରୁ ଅଧିକ ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୧୯୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ