ଧର୍ମ

ହନୁମାନଙ୍କ କେଉଁ ଫଟୋ ଘରେ ରଖିବା ଶୁଭ ଓ କେଉଁଟି ଅଶୁଭ ଜାଣନ୍ତୁ

ଭୁବନେଶ୍ୱର : ପ୍ରତ୍ୟେକ ହିନ୍ଦୁ ପରିବାରରେ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାଙ୍କ ଘରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଥାଏ । ଘରେ ଭଗବାନଙ୍କୁ ଆରାଧନା କଲେ ସକାରାତ୍ମକ ଶକ୍ତି ମିଳିଥାଏ । କିନ୍ତୁ ଘରେ ଭଗବାନ ପ୍ରତିମା କିଏ ଫଟୋ ଲଗାଇବାକୁ ମଧ୍ୟ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଶୁଭଫଳ ମିଳିଥାଏ । ପବାନପୁତ୍ର ହନୁମାନଙ୍କୁ ଭଗବାନ ଶିବଙ୍କ ଏକାଦଶ ଅବତାର ବୋଲି କୁହାଯାଏ । ହନୁମାନ ଅମର ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଲୋକେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି । ତେବେ ଘରେ ହନୁମାନଙ୍କ କେଉଁ ଫଟୋ ରଖିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ଓ କେଉଁ ଫଟୋ ରଖିଲେ ଅଶୁଭଫଳ ପ୍ରାପ୍ତ ହୋଇଥାଏ ଜାଣନ୍ତୁ :
ହନୁମାନ ନିଜ ଭକ୍ତଙ୍କ ସବୁ ବାଧା ଦୂର କରନ୍ତି ଓ ସବୁ ସମସ୍ୟାରୁ ରକ୍ଷା କରନ୍ତି ବୋଲି କୁହାଯାଏ । ଶନି, ରାହୁ, କେତୁ ଭଳି ଗ୍ରହଙ୍କ ଦୁଃପ୍ରଭାବରୁ ହନୁମାନ ନିଜ ଭକ୍ତଙ୍କୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି । ଘରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ପୂଜା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ, ଭୁତ ପ୍ରେତ ଭୟ ମଧ୍ୟ ରହିନଥାଏ ।
ଘରେ ହନୁମାନଙ୍କ ଏହିସବୁ ଫଟୋ ଲଗାନ୍ତୁନାହିଁ –
• ହନୁମାନଙ୍କ ଫଟୋ ଯେଉଁଠହିରେ ସେ ନିଜ ଛାତି ଚିରିଥିବେ ସେହିଭଳି ଫଟୋ ରଖନ୍ତୁ ନାହିଁ ।

• ଯେଉଁ ଫଟୋରେ ହନୁମାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସେଇଥିବେ ସେହିଭଳି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ ।
• ଯେଉଁ ଫଟୋରେ ହନୁମାନ ସଞ୍ଜିବନୀ ନେଇ ଉଡ଼ୁଥିବେ ସେହି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ, ଏହାକୁ ଅଶୁଭ କୁହାଯାଏ ।
• ଯେଉଁ ଫଟୋରେ ହନୁମାନ ରାକ୍ଷସ ତଥା ଅଧର୍ମୀଙ୍କ ସଂହାର କରୁଥିବେ କିମ୍ବା ଲଙ୍କା ଦହନ କରୁଥିବେ ସେହି ଫଟୋ ମଧ୍ୟ ରଖିବା ଅନୁଚିତ ।
ଏହିସବୁ ଫଟୋ ରଖିବା ଶୁଭ ହୋଇଥାଏ –

• ଯେଉଁ ଫଟୋରେ ହନୁମାନ ଯୁବ ଅବସ୍ଥାରେ ହଳଦିଆ ବସ୍ତ୍ର ପିନ୍ଧିଥିବେ, ଏହିଭଳି ଫଟୋ ରଖିଲେ ଘରେ ସୁଖ ସମୃଦ୍ଧି ବଜାୟ ରହେ ।
• ହନୁମାନ ନାଲି ବସ୍ତ୍ର ପିନ୍ଧିଥିବା ଫଟୋ ଘରେ ରଖିଲେ ପିଲାଙ୍କ ମନ ପାଠ ପଢାରେ ଲାଗିଥାଏ ।
• ଘରେ ରାମ ଦରବାରଙ୍କ ଫଟୋ ଲଗାଇଲେ ପରିବାରରେ ପ୍ରେମ ଓ ସୌହାର୍ଧ୍ୟ ବୃଦ୍ଧି ପାଇଥାଏ ।
• ଘରର ମୁଖ୍ୟଦ୍ଵାରରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
• ହନୁମାନ ନିଜ ପ୍ରଭୁ ଶ୍ରୀରାମଙ୍କ ସେବାରେ ଲୀନ ଥିବା ଫଟୋ ଘରେ ରଖିବା ଉଚିତ, ଏହି ଫଟୋ ରଖିଲେ ଘରେ ଧନ ସମ୍ପତ୍ତିର ଅଭାବ ରହେନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ