ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହନିଟ୍ରାପ୍‌ର ଶିକାର ବାୟୁସେନା ଅଧିକାରୀ ଦିଲ୍ଲୀରେ ଗିରଫ: ପାକିସ୍ତାନକୁ ଦେଇଛନ୍ତି ସେନାର ଗୁପ୍ତ ତଥ୍ୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ବିଷୟରେ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବାରୁ ପାକିସ୍ତାନ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଦିଲ୍ଲୀ ପୁଲିସ ଭାରତୀୟ ବାୟୁସେନାର ଜଣେ ସର୍ଜେଣ୍ଟଙ୍କୁ ଗିରଫ କରିଛି। ଗିରଫ ସର୍ଜେଣ୍ଟ ଜଣକ ହେଉଛନ୍ତି କାନପୁରର ବାସିନ୍ଦା ଦେବେନ୍ଦ୍ର କୁମାର ଶର୍ମା ଯେକି ସାମାଜିକ ଗଣମାଧ୍ୟମରେ ଜଣେ ମହିଳାଙ୍କ ଦ୍ବାରା ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ହନ-ଟ୍ରାପ୍‌ର ଶିକାର ହେବା ପରେ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରିବା ସହ ତାଙ୍କଠାରୁ ଟଙ୍କା ନେଇଥିବା ମଧ୍ୟ ଜଣାପଡ଼ିଛି। ନୂଆଦିଲ୍ଲୀଠାରେ ଥିବା ବାୟୁସେନା ରେକର୍ଡ ଅଫିସରେ ଶର୍ମା ପ୍ରଶାସନିକ ସହାୟକ (ଜିଡି) ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ପୁଲିସ ଦ୍ବାରା ମେ ୬ରେ ତାଙ୍କୁ ଗିରଫ କରାଯାଇଥିଲା। ମେ ୬ରେ କ୍ରାଇମ୍ ବ୍ରାଞ୍ଚ ପୁଲିସ ଶର୍ମା ସନ୍ଦେହଜନକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ସୂଚନା ପାଇଥିଲା। ସେ ହନିଟ୍ରାପ୍‌ର ଶିକାର ହୋଇ କିଛି ସମ୍ବେଦନଶୀଳ ତଥ୍ୟ ପଡ଼ୋଶୀ ଦେଶକୁ ପଠାଇ ଦେଇଥିବା ନେଇ ପୁଲିସ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ଶର୍ମାଙ୍କୁ ଗିରଫ କରିବା ପରେ ସେ ତଥ୍ୟ ଯୋଗାଇବା ଲାଗି ପଡ଼ୋଶୀ ଶତ୍ରୁ ରାଷ୍ଟ୍ରରୁ ଟଙ୍କା ମଧ୍ୟ ନେଇଥିବା ପ୍ରକାଶ କରିଛନ୍ତି। ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଛି ସନ୍ଦେହଜନକ କାରବାର ହୋଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ