ଦେଶ ବିଦେଶ ଧର୍ମ ରାଜ୍ୟ

ହଟିଲା ପ୍ରତିବନ୍ଧକ, ଚାରଧାମ ଯାତ୍ରାକୁ ମିଳିଲା ଅନୁମତି: ଶ୍ରଦ୍ଧାଳୁଙ୍କୁ ମାନିବାକୁ ପଡିବ ଏହିସବୁ ସର୍ତ୍ତ

ଡେରାଡୁନ ୧୬/୦୯ : ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଦିନ ଚାରଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଯାତ୍ରା ଆରମ୍ଭ କରିବାକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଶପଥପାତ୍ର ଉପରେ ଶୁଣାଣି କରିଛନ୍ତି। ଶୁଣାଣି ପରେ ଜୁନ ୨୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି। କୋଭିଡ ନିୟମ ପାଳନ କରି ଚାରଧାମ ଯାତ୍ରା ଆରମ୍ଭ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

ମୁଖ୍ୟ ନ୍ୟାୟାଧୀଶ ଆରଏସ ଚୌହାନ ଓ ନ୍ୟାୟାଧୀଶ ଆଲୋକ କୁମାର ବର୍ମାଙ୍କ ଖଣ୍ଡପୀଠ ବଦ୍ରୀନାଥ ଧାମରେ ୧୨୦୦ ଭକ୍ତ ବା ଯାତ୍ରୀ, କେଦାରନାଥ ଧାମରେ ୮୦୦, ଗଙ୍ଗୋତ୍ରୀରେ ୬୦୦ ଓ ଯମୁନେତ୍ରୀରେ ୪୦୦ ଯାତ୍ରୀଙ୍କୁ ଯିବାକୁ ଅନୁମତି ଦେଇଛନ୍ତି। ପ୍ରତ୍ୟେକ ଯାତ୍ରୀଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଓ ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ସାର୍ଟିଫିକେଟ ନେବାକୁ କହିଛନ୍ତି।

ଚମୋଲି, ରୁଦ୍ରପ୍ରୟୋଗ ଓ ଉତ୍ତରକାଶି ଜିଲ୍ଲାରେ ହେବାକୁଥିବା ଚାରଧାମ ଯାତ୍ରା ସମୟରେ ଆବଶ୍ୟକ ଅନୁସାରେ ପୋଲିସ ଫୋର୍ସ ମୁତୟନ କରିବାକୁ ହାଇକୋର୍ଟ ନିଜ ଆଦେଶରେ କହିଛନ୍ତି। ଏହାସହ ଭକ୍ତ କୌଣସି କୁଣ୍ଡରେ ସ୍ନାନ କରିପାରିବେ ନାହିଁ। ଚାରଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପରେ ପୁରୋହିତମାନେ ଖୁସି ଜାହିର କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ