ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନିରାକାରପୁର : ଦିନଥିଲା ଧନୀ ହେଉ ବା ଗରିବ, ସମସ୍ତଙ୍କ ଘରେ ଯେମିତି ହେଲେ ଖଣ୍ଡେ ଦିଖଣ୍ଡ ସିପାଳ ହେଁସ ଓ ମସିଣା ରହୁଥିଲା। ଏହାକୁ ତଳେ ପାରି ଶୋଇବାକୁ ସମସ୍ତେ ଭଲ ପାଉଥିଲେ। ଖାଲି ସେତିକି ନୁହେଁ, ବାହାଘର ଓ ବ୍ରତଘର ହେଲେ ନିଶ୍ଚିତଭାବେ ଏହି ମସିଣାର ଖୋଜା ପଡ଼ୁଥିଲା। ପାରମ୍ପରିକ ଭାବେ ଏହା ବିଭିନ୍ନ ଶୁଭକାମର ଅନ୍ୟତମ ଦରକାରି ଜିନିଷ ଭାବେ ପରିଗଣିତ ହେଉଥିଲା। ଏବେ କିନ୍ତୁ ଏହାର ଚାହିଦା ଯଥେଷ୍ଟ କମିଛି। ପ୍ଲାଷ୍ଟିକ୍ ମସିଣା ବଜାରକୁ ଆସିବା ପରେ ସିପାଳ ହେଁସ, ମସିଣା ଆଉ ସେଭଳି ବିକ୍ରିବଟା ହେଉନି। ଏହି ମସିଣା ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଆଉ ଆଗଭଳି ମିଳୁନାହିଁ।

ସିପାଳ ମସିଣା ତିଆରି ପାଇଁ ବେରୁଆଁ ଓ ସିପାଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ଭଲ ରୋଜଗାର ହେଉ ନଥିବାରୁ ଏଭଳି ମସିଣା ବୁଣୁଥିବା ବୁଣାକାରଙ୍କ ସଂଖ୍ୟା ମଧ୍ୟ କମିକମି ଗଲାଣି। ଯେଉଁମାନେ ବି ଆଜି ଏହି ପେସାରେ ଅଛନ୍ତି, ସେମାନେ ଘୋର ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛନ୍ତି। ଗୋଟିଏ ପଟରେ ସରକାରୀ ପ୍ରୋତ୍ସାହନର ଅଭାବ ଏବଂ ଅନ୍ୟପଟରେ ଆଧୁନିକତାର ଛାପ ଯୋଗୁ ଏହି ବ୍ୟବସାୟର ଆକାର ଓ ପ୍ରକାର ଦିନକୁ ଦିନ ତଳମୁହାଁ ହେଲାଣି। ଫଳରେ ଏହାକୁ ବେଉସାକରି ଜୀବିକା ଅର୍ଜନ କରୁଥିବା ବୁଣାକାରଙ୍କ ସହ ସେମାନଙ୍କ ପରିବାର ବି ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି। ପୂର୍ବେ ଟାଙ୍ଗୀ ବ୍ଲକ୍ କନ୍ତଳବାଇ ପଂଚାୟତ ଅଧୀନସ୍ଥ ବାଲିପାଟପୁର ଅଞ୍ଚଳ ଏହି ମସିଣା ପ୍ରସ୍ତୁତିର ପ୍ରମୁଖ ପେଣ୍ଠସ୍ଥଳି ଥିଲା। ଆଜି ମଧ୍ୟ ପାଲିପାଟପୁର କଲୋନି ଅଞ୍ଚଳରେ ପାଖାପାଖି ୧୦୦ ପରିବାର ଏହି ବେଉସା ସହ ଜଡ଼ିତ ଅଛନ୍ତି। ହେଲେ ଆବଶ୍ୟକ କଞ୍ଚାମାଲ ଅଭାବରୁ ଏବେ ଏମାନେ ହାତବାନ୍ଧି ବସିଛନ୍ତି। ସ୍ଥଳବିଶେଷରେ ପ୍ଲାଷ୍ଟିକ୍ ସାମଗ୍ରୀ ମିଳିଯାଉଥିବାରୁ, ଏହି ହାତବୁଣା ଜିନିଷର ଚାହିଦା ଢେର କମିଛି।

ଦିନଥିଲା ଏହି କୁଶଳୀ କାରିଗରଙ୍କ ଦାଣ୍ଡଦୁଆରେ ମସିଣା ତିଆରି ପାଇଁ ଧାଡ଼ିଧାଡ଼ି ବାଣୀ ଲାଗୁଥିଲା। ସେହିଭଳି ଧାନବିଲର ଖାଲୁଆ ଜମିରେ ବର୍ଷାଦିନରେ ଉଠୁଥିବା ବେଣାକୁ ବୁଣାକାର ଯତ୍ନର ସହ ସଂଗ୍ରହ କରୁଥିଲା। ଏହାକୁ କାଟି ଶୁଖାଯାଉଥିଲା। ଶୁଖିବାପରେ ଏହାକୁ ରଙ୍ଗବେରଙ୍ଗ ସୁତାରେ ବିଭିନ୍ନ କିସମର ମସିଣା ବୁଣାଯାଉଥିଲା। ଆଜି କିନ୍ତୁ ଦିନତମାମ ପରିଶ୍ରମକରି ବୁଣକାର ମାତ୍ର ୩ରୁ୪ଟି ପଟି ବୁଣିପାରୁଛି। ଗୋଟିଏ ପଟିର ଦାମ ଅତିବେଶୀ ହେଲେ ୩୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ପରିବାର ପ୍ରତିପୋଷଣ କରିବା ଏଭଳି ବୁଣାକାରଙ୍କ ପାଇଁ କାଠିକର ପାଠ ହୋଇଛି। ସରକାରୀ ପ୍ରୋତ୍ସାହନ ନମିଳିଲେ ଏହି କଳା ଆଉ ବଞ୍ଚି ରହିପାରିବ ନାହିଁ ବୋଲି କହିଛନ୍ତି ମହିଳା କାରିଗର ପ୍ରମିଳା ଦାସ। ପ୍ରଶାସନିକ ସ୍ତରରେ ଏଥିପ୍ରତି ଗୁରୁତ୍ୱ ଦିଆଗଲେ ଏଥିରେ ନିୟୋଜିତ ଥିବା ପରିବାର ଚଳିବା ସହ ପାରମ୍ପରିକ ଦ୍ରବ୍ୟର ଗୁରୁତ୍ୱ ବଢ଼ିପାରନ୍ତା ବୋଲି ମତ ରଖିଛନ୍ତି ପ୍ରମିଳା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l