ଅପରାଧ ରାଜ୍ୟ

ହଜାରେ ଟଙ୍କାରେ ୯ ମାସର ଶିଶୁକୁ ବିକିଦେଲା ମା’

କୁଆମରା : ମାତ୍ର ହଜାରେ ଟଙ୍କା ପାଇଁ ନିଜ ୯ ମାସର ଶିଶୁକନ୍ୟାକୁ ବିକି ଦେଇଛି ମା। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ମାମଲ‌ାରେ ପୁଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୪ ଜଣଙ୍କୁ ଗିରଫ କରିଛି।

ଖୁଣ୍ଟା ଥାନା ମହୁଲିଆ ଗ୍ରାମର ମୁସୁ ମୁର୍ମୁ ନିଜ ସ୍ତ୍ରୀ ଓ ନବଜାତ ଶିଶୁକୁ ଘରେ ଛାଡ଼ି ତାମିଲନାଡୁକୁ କାମ କରିବାକୁ ଯାଇଥିଲେ। ତେବେ ପତ୍ନୀ କାର୍ମି (୨୫) ମାସକ ତଳେ ନିଜ ଶିଶୁକନ୍ୟାକୁ ସେହି ଗ୍ରାମର ମାହି ମୁର୍ମୁ (୫୦)ଙ୍କ ମଧ୍ୟସ୍ଥିରେ ବିପ୍ରଚରଣପୁର ଗ୍ରାମର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକି ଦେଇଥିଲେ। ହେଲେ ଏ ସମ୍ପର୍କରେ କୌଣସି ସୁରାକ ପାଇନଥିଲେ ମୁସୁ। ସପ୍ତାହ ତଳେ ସେ ଘରକୁ ଫେରିବା ପରେ ସ୍ତ୍ରୀକୁ ନପାଇ ଖୋଜାଖୋଜି କରିବାରୁ ବାପଘରେ ଥିବାର ଜାଣିବାକୁ ପାଇଥିଲେ। ସେଠାରେ ପହଞ୍ଚି ଝିଅ କଥା ପଚାରିବାରୁ ସେ ମରିଯାଇଛି ବୋଲି କହିଥିଲେ ସ୍ତ୍ରୀ କାର୍ମି। ତେବେ ପତ୍ନୀଙ୍କ କଥାରେ ବିଶ୍ବାସ ନହେବାରୁ ସାହିପଡ଼ିଶାଙ୍କଠାରୁ ଘଟଣା ବାବଦରେ ଜାଣିବାକୁ ପାଇଥିଲେ ମୁସୁ। ଏ ନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୭୮/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ କାର୍ମି, ଫୁଲମଣି, ଅଖିଳ ଓ ମାହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାର ଶିଶୁକନ୍ୟାକୁ ମୁସୁଙ୍କ ଜିମା ଦେଇଛି ପୁଲିସ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।