ମନୋରଞ୍ଜନ

‘ହଙ୍ଗାମା-୨’ର ପ୍ରମୋସନରେ ରହିଗଲା ଶିଳ୍ପାଙ୍କ ଉପରେ ନଜର; ଟ୍ରୋଲ କରି ୟୁଜର୍ସ ଲେଖିଲେ, ବ୍ଲାଉଜ ପିନ୍ଧିବାକୁ ଭୁଲିଗଲେ କି ?

ମୁମ୍ବାଇ ୯/୭ : ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ନିଜର ଫିଟନେସ୍ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ଅନେକ ସମୟରେ ସେ ସର୍ବଦା ରର୍ଚ୍ଚାରେ ରହିଆସିଛନ୍ତି । କେତେବଳେ କିସିଂ ପାଇଁ ତ ଆଉ କେତେବେଳେ ନିଜର ଡ୍ରେସିଂ ସେନ୍ସ ପାଇଁ । ବୟସ ଏତେ ପରେ ବି ତାଙ୍କର ସୁନ୍ଦରତାରେ ପଡିନି ମଳିନ । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋର୍ସ ବହୁତ । ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ।

ଏବେ ସେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଇ ନିକଟରେ ସେ ‘ହଙ୍ଗାମା ୨’ର ପ୍ରମୋସନ ପାଇଁ ପହଞ୍ଚିଥିଲେ । ଆଉ ତାଙ୍କ ଡ୍ରେସିଂ ଦେଖି ଲୋକେ ତାଜୁବ ହୋଇଯାଇଥିଲେ । ଶିଳ୍ପା ଫିଟ୍ , ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଥିଲେ ସତ ହେଲେ କିଛିଟା ମିସିଂ ଥିବା ମନେ ହେଉଥିଲା । ତାଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଏହି ଭିଡିଓଗୁଡିକ ଦେଖି କିଛି ଲୋକ ତାଙ୍କୁ କିମ୍ କାର୍ଦାସିୟାନ ସହ ତୁଳନା କରୁଛନ୍ତି । ଆଉ କେହି କେହି ତାଙ୍କୁ ଟ୍ରୋଲ ବି କରିଛନ୍ତି । ଜଣେ ୟୁଜର୍ସ ଟ୍ରୋଲ କରିଛନ୍ତି , କହିଛନ୍ତି କି.. ବ୍ଲାଉଜ ପିନ୍ଧିବାକୁ ଭୁଲିଗଲେ କି ? ଶିଳ୍ପା ଦୀର୍ଘ ଦିନପରେ ଫିଲ୍ମ ହଙ୍ଗାମା ୨ରେ ବି-ଟାଉନକୁ କମ ବ୍ୟାକ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜାଭେଦ୍ ଜାଫ୍ରିଙ୍କ ପୁଅ ମିଜାନ୍ ଜାଫ୍ରି ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି ।

ଶିଳ୍ପା ଫିଲ୍ମ ପ୍ରୋମୋସନରେ ମିଡିଆ ସହିତ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଅଧିକାଂଶ ଲୋକ ଶିଳ୍ପା ଶେଟ୍ଟୀଙ୍କ ଲୁକକୁ ପସନ୍ଦ କରିଥିଲେ । ଶିଳ୍ପା ଦୁଇଟି ପିଲାର ମାଆ ହେବା ପରେ ମଧ୍ୟ ଏତେ ଫିଟ୍ ଦେଖା ଯାଉଥିବାରୁ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ଶିଳ୍ପାଙ୍କର ଏହି ଫଟୋରେ ଅନ୍ୟ ଜଣେ କହିଛନ୍ତ କି ସେ ଅହଂକାରୀ ବୋଲି ପ୍ରଶ୍ନ କରିଛନ୍ତି ।

ଶିଳ୍ପାଙ୍କ ‘ହଙ୍ଗାମା ୨’ ଫିଲ୍ମରେ ‘ମେନ୍ ଖିଲାଡି ତୁ ଅନାରୀ’ର’ ଚୁରା କେ ଦିଲ୍ ମେରା ‘ଗୀତର ରିମେକ୍ କରାଯାଇଛି । ଏହି ଗୀତଟି ପରଦାକୁ ଆସି ସାରିଲାଣି । ଏହି ଗୀତଟିକୁ ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ବେଳେ ଫିଲ୍ମର କୋ-ଷ୍ଟାର ଅକ୍ଷୟ କୁମାରଙ୍କୁ ଟ୍ୟାଗ୍ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ