ରାଜ୍ୟ ସ୍ପେଶାଲ ରିପୋର୍ଟ

ହକି ବିଶ୍ବକପ୍‌ ସମୟରେ ତାରକା ହୋଟେଲରେ ବଦଳିବେନି ସର୍ଭିଂ ଟିମ୍

ଭୁବନେଶ୍ବର : ଆଉ କିଛିଦିନ ପରେ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ୍। ଏଥିପାଇଁ କିଛି ବିଦେଶୀ ଟିମ୍‌ ଓଡ଼ିଶା ପହଞ୍ଚିବାକୁ ଆରମ୍ଭ କଲେଣି। ବିଦେଶୀ ଖେଳାଳିଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଭୁବନେଶ୍ବରର ଓ ରାଉରକେଲାର ତାରକା ହୋଟେଲ ରହିବାର ବ୍ୟବସ୍ଥା କରାଯାଇଛି। ହୋଟେଲରେ ରହଣି ସମୟରେ ସେମାନଙ୍କୁ କିଭଳି ଖାଦ୍ୟ ପରିବେଷଣ ଓ ପ୍ରସ୍ତୁତି କରାଯିବ ସେଥିପାଇଁ ଆଜି ଭୁବନେଶ୍ବରର ତାରକା ହୋଟେଲର‌ ସେଫ୍‌, ଖାଦ୍ୟ ଓ ପାନୀୟ(ଏଫ୍‌ ଏଣ୍ଡ ବି) ମ୍ୟାନେଜରମାନଙ୍କୁ ତାଲିମ୍ ଦିଆଯାଇଛି। କ୍ରୀଡ଼ା ବିଭାଗର ସହଯୋଗରେ ଆଇଏମ୍‌ଏଚ୍‌ର ଟାଟା ପ୍ରୋଜେକ୍ଟ ଓ ଖାଦ୍ୟ ନିରାପତ୍ତା ପରିଚାଳନା ପକ୍ଷରୁ ଏହି ତାଲିମ୍ ଦିଆଯାଇଥିଲା। ହକି ବିଶ୍ବକପ୍ ଚାଲିଥିବା ସମୟରେ ଖେଳାଳିମାନଙ୍କୁ ଖାଦ୍ୟ ପରିବେଷଣ(ସର୍ଭିଂ) ଟିମ୍‌ରେ କୌଣସି ପରିବର୍ତନ ହେବନାହିଁ ବୋଲି ଜଣାପଡ଼ିଛି। ଯାହାଫଳରେ ଅନ୍ତର୍ଜାତୀୟ ମାନର ଖାଦ୍ୟ ଖେଳାଳିମାନଙ୍କୁ ଠିକ୍‌ଭାବେ ମିଳିପାରିବ।
୨୦ରୁ ଅଧିକ ହୋଟେଲର ସେଫ୍‌ ଓ ଏଫ୍‌ ଏଣ୍ଡ ବି ମ୍ୟାନେଜରଙ୍କୁ ତାଲିମ୍
ଆଜି ରାଉରକେଲାର ତାରକା ହୋଟେଲଙ୍କୁ ତାଲିମ୍

ତାଲିମ୍‌ ସମୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)ର ସିଡ୍ୟୁଲ-୪ ଅଧୀନରେ ଯେଉଁ ନିୟମସବୁ ରହିଛି ତାହାକୁ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଥିରେ ହୋଟେଲମାନେ କିଭଳି ଢଙ୍ଗରେ କଞ୍ଚାମାଲ କିଣୁଛନ୍ତି, ସଂରକ୍ଷଣ, ସର୍ଭିଂ ସହିତ କର୍ମଚାରୀମାନଙ୍କ ନିୟମିତ ମେଡ଼ିକାଲ ଚେକ୍‌-ଅପ୍‌ ଉପରେ ଆଲୋଚନା ହୋଇଥିଲା। ଏହାସହ ଏଚ୍‌ଏସିସିପି(ହାଜାର୍ଡ ଆନାଲିସିସ୍ ଏଣ୍ଡ କ୍ରିଟିକାଲ କଣ୍ଟ୍ରୋଲ ପଏଣ୍ଟ) ବା ବିପଦ ବିଶ୍ଲେଷଣ ଏବଂ ଜଟିଳ ନିୟନ୍ତ୍ରଣ ପଏଣ୍ଟକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ଖେଳାଳିମାନଙ୍କ ଖାଦ୍ୟ ପରିବେଷଣ ନେଇ ଅନ୍ତର୍ଜାତୀୟ ପ୍ରୋଟୋକଲ କ’ଣ ରହିଛି, କୋଭିଡ ନିୟମାବଳୀକୁ ମାନି ଖେଳାଳି, ପ୍ରତିନିଧି ଓ ଅନ୍ୟମାନଙ୍କୁ କିଭଳି ଖାଦ୍ୟ ପ୍ରଦାନ କରାଯିବ ତାହା ଉପରେ ହୋଟେଲରେ ସେପ୍‌ ଓ ଅନ୍ୟ ମ୍ୟାନେଜରମାନଙ୍କୁ ତାଲିମ୍ ଦିଆଯାଇଥିଲା। ଆସନ୍ତାକାଲି ରାଉ‌ରକେଲା ମଧ୍ୟ ତାଲିମ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ବିଶ୍ବକପ୍‌ ପୂର୍ବରୁ ହୋଟେଲମାନଙ୍କରେ ଖାଦ୍ୟ ଯାଞ୍ଚକୁ ଜୋରଦାର କରାଯିବ। ଏଥିପାଇଁ ଏକ ୮ଜଣିଆ ଟିମ୍ ଗଠନ କରାଯାଇଛି। ବିଶେଷକରି ଯେଉଁ ଯେଉଁ ହୋଟେଲରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ରହିବେ ଓ ତାହାସହ ବାହାରୁ ଆସିଥିବା ଲୋକମାନେ ରହୁଥିବା ହୋଟେଲରେ ନିୟମିତ ଯାଞ୍ଚ କରାଯାଉଛି। ମୋବାଇଲ ଭ୍ୟାନ୍‌ ଏସବୁ ହୋଟେଲକୁ ଯାଇ ସେଠାରୁ କଞ୍ଚା ମାଲ, ଖାଦ୍ୟ ନମୁନା ଓ ପାଣିର ଯାଞ୍ଚ କରୁଛନ୍ତି। ୧୯ଟି ହୋଟେଲର ୫ଟି ଲେଖାଏ ନମୁନା ସଂଗ୍ରହ କରାଯାଇଛି। ଯେଉଁ ହୋଟେଲ ପ୍ରାଥମିକ ନିୟମ ପାଳନ କରିବାରେ ବିଫଳ ହେଉଛନ୍ତି ସେମାନଙ୍କୁ ନୋଟିସ୍ ଜାରି କରାଯାଉଥିବା ରାଜ୍ୟ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆଜି ତାଲିମ୍ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର ପୋମା ଟୁଡ଼ୁ, ନିର୍ଦେଶିକା ଡା.ସ୍ନେହଲତା ସାହୁ, ରାଜ୍ୟ ନୋଡାଲ ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ଓ ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।