ଖେଳ ରାଜ୍ୟ

ହକି ବିଶ୍ବକପ୍‌: ଭୁବନେଶ୍ବରରେ ଭାରତୀୟ ପୁରୁଷ ହକି ଦଳ, ଜାନୁଆରି ୧୫ରେ ଇଂଲଣ୍ଡକୁ କରିବ ମୁକାବିଲା

ଭୁବନେଶ୍ବର: ହକି ବିଶ୍ବକପ୍‌-୨୦୨୩ ପାଇଁ ପ୍ରସ୍ତୁତି ‌ଜୋରଦାର ଚାଲିଛି। ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ ଆଜି ଓଡ଼ିଶାରେ ପହଂଚିଛି। ଭାରତୀୟ ହକି ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଲା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା।

ଭୁବନେଶ୍ଵର ବିମାନବନ୍ଦରରେ ଖେଳାଳିମାନେ ପହଂଚିଲା ପରେ ସେଠାରୁ ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ ବିଶ୍ରାମ ନେବା ପରେ ପୁଣି ଖେଳାଳିମାନେ ରାଉରକେଲା ଅଭିମୁଖେ ବାହାରିଯିବେ। ଅପରାହ୍‌ଣ ୪ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ଭାରତୀୟ ଦଳ ସେଇଠୁ ରାଉରକେଲା ଯିବେ। ଆଉ ସେହିଠାରୁ ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ।

ସୂଚନାଯୋଗ୍ୟ, ହକି ବିଶ୍ବକପ୍‌-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍‌ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ