ଖେଳ ଦେଶ ବିଦେଶ

ହକି ଏନ୍ତୁଳିଶାଳରେ କ୍ରୀଡା ମନ୍ତ୍ରୀ; ହକି ଷ୍ଟାଡିୟମ ପାଇଁ କଲେ ସ୍ଥାନ ପରିଦର୍ଶନ

ରାଉରକେଲା : ୨୦୨୩ ମସିହାରେ ହେବାକୁ ଯାଉଥିବା ହକି ବିଶ୍ଵକପ ନେଇ ପ୍ରସ୍ତୁତି ଜୋର୍ ଧରିଛି । ହକିର ଗଡ ସୁନ୍ଦରଗଡ ଜିଲ୍ଲା ଯାହା ହକିର ଏନ୍ତୁଳିଶାଳ ରହିଛି। ତା ପାଇଁ ହକିର ସର୍ବବୃହତ୍ ଷ୍ଟାଡିୟମ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥି ସହ ଜିଲ୍ଲାର ସମସ୍ତ ହକି ଖେଳାଳିମାନଙ୍କ ଅତ୍ୟଧିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସମସ୍ତ ବ୍ଲକ ଠାରେ ହକି ଷ୍ଟାଡିୟମ ହେବା ପାଇଁ ସ୍ଥିର କରିଛନ୍ତି ।

ଏ ନେଇ ଆଜି କୋଇଡା କଲେଜ ପଡିଆରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସମେତ ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡେଇ, ରାଉରକେଲା ଆରଡିଏ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକ ପହଞ୍ଚିଥିଲେ। ମନ୍ତ୍ରୀ ଏହାପରେ ହକି ଷ୍ଟାଡିୟମ ପାଇଁ ଚିହ୍ନଟ ପଡିଆ (କୋଇଡା ପଞ୍ଚାୟତ ଧୁବୁଲାବେଡା) ଠାରେ ପହଞ୍ଚି ସ୍ଥାନ ପରିଦର୍ଶନ କରିଥିଲେ। ପରେ ପଡିଆ ମଧ୍ୟରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ସମେତ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ, ଆରଡିଏ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଶିଷ୍ଟ ସମାଜସେବୀ ତଥା ରାଜ୍ୟ ବିଜେଡି ପରିଷଦ ସଦସ୍ୟ କୁଶ ଆପଟ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଂଜିତ କିଷାନ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବୈକୁଣ୍ଠ ନାଏକ, ରାଉରକେଲା ବିଜେଡି ଯୁବ ସଭାପତି ଅବିନାଶ ସୁମନ ବାଗେ, ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ପହଞ୍ଚି ସର୍ବପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଵଳିତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ