ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଭୀମସାର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଲେଖାଗଲା ପତ୍ର

ସମ୍ୱଲପୁର ୨୨/୦୧: ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ପ୍ରଫେସର ଲଳିତ ମେହେର । ଏନେଇ ରାଜ୍ୟାପାଳଙ୍କୁ ଚିଠି ଲେଖିବାବେଳେ ରାଜଭବନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଏନେଇ ପତ୍ର ଲେଖାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିବା ନିର୍ଦ୍ଦେଶକ ଲଳିତ ମେହେର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ଶରୀରରେ ଡାଇବେଟିସ, ହାର୍ଟ ସମସ୍ୟା, ହାଇପରଟେନସ ଇତ୍ୟାଦି ରହିଥିବାରୁ ସେ ସ୍ୱେଚ୍ଛାକୃତ ଅବସର ନେବାକୁ ନିବେଦନ କରିଛନ୍ତି ।

ତେବେ ପ୍ରଫେସର ଲଳିତ ମେହେର ୧୦ ଜୁନ୍ ୨୦୨୦ ରେ ଭୀମସାର ଡାଇରେକ୍ଟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ୨୦୨୩ ଫେବୃୟାରୀ ୨୩ରେ ସରିଥାନ୍ତା ତାଙ୍କ କାର୍ଯ୍ୟକାଳ । ହେଲେ ହଠାତ୍ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକେ ଗ୍ରହଣ କରିପାରୁନାହାନ୍ତି । ସେପଟେ ପୂର୍ବ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ମଧ୍ୟ କାର୍ଯ୍ୟକାଳ ପୂରା କରିନପାରି ଇସ୍ତଫା ଦେଇଥିଲେ । | ଫଳରେ କୌଣସି ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି କି ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ