କଳା ଓ ସଂସ୍କୃତି ଧର୍ମ

ସ୍ୱାସ୍ଥ୍ୟ ପାଇଁ ହିତକର ତମ୍ବା ପାତ୍ର ପାଣି: ପ୍ରତିରୋଧକ କ୍ଷମତା ମଜବୁତ କରିବା ସହ ପାଣିକୁ କରିଥାଏ ବ୍ୟାକ୍ଟେରିଆ ମୁକ୍ତ

ଭୁବନେଶ୍ୱର ୨୨/୦୩ : ପୁରାତନ ଯୁଗରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ। ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳୁଥିଲା। ଏହାପରେ ତମ୍ବା ପାତ୍ର ବ୍ୟବହାର ହେଲା। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପିଅନ୍ତି। ତମ୍ବା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ। ତମ୍ବା ପାତ୍ରରେ ପାଣି ପିଇଲେ କଣ କଣ ଉପକାରିତା ରହିଛି ଜାଣନ୍ତୁ…

୧. ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ କିମ୍ବା ଖାଦ୍ୟ ସେବନ କଲେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହେ। ଏହା ହୃଦୟକୁ ବି ସୁସ୍ଥ ରଖେ।

୨. ତମ୍ବାରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି ଯାହା ଶରୀରର ଯନ୍ତ୍ରଣା ଓ ସୁଜନ ସମସ୍ୟା ଦୂର କରିଥାଏ। ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ର ପାଣି ଲାଭଦାୟକ।

୩. ପୁରାତନ ଯୁଗରେ ଲୋକେ ବ୍ୟାକ୍ଟେରିଆ, ଭାଇରସ ନଷ୍ଟ କରିବାକୁ ନଦୀ, ହ୍ରଦ, କୂଅ ଆଦିରେ ତମ୍ବା ମୁଦ୍ରା ପକାଇ ଦେଉଥିଲେ। କିନ୍ତୁ ଆଧୁନିକ ଯୁଗରେ ଲୋକେ ଏହାର ପ୍ରକୃତ ଅର୍ଥ ନ ବୁଝି ଫୋପାଡ଼ି ଦେଇଥାନ୍ତି।

୪. ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ବ୍ୟାକ୍ଟେରିଆକୁ ନଷ୍ଟ କରି ପାଣିକୁ ଶୁଦ୍ଧ କରିଦେଇଥାଏ।

୫. ତମ୍ବା ଶରୀରର ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ଏବଂ ନୂଆ କୋଷ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରର କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇଯାଇଥାଏ।

୬. ତମ୍ବାରେ ମାଇକ୍ରୋଵିୟଲ ଗୁଣ ରହିଛି ଯାହା ଅନେକ ପ୍ରକାର ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।

୭. ଯଦି ଆପଣ ମେଦ କମ କରିବାକୁ ଚାହୁଁଛନ୍ତି ତାହେଲେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଉତ୍ତମ ଉପାୟ। ନିୟମିତ ସେବନ ଦ୍ୱାରା ଶରୀରର ଅତିରିକ୍ତ ମେଦ ନିୟନ୍ତ୍ରଣ କରାଯାଇପାରିବ।

୮. ନିୟମିତ ତମ୍ବା ପାତ୍ର ବ୍ୟବହାର କଲେ ପାଚନ ପ୍ରକ୍ରିୟା ମଜବୁତ ହୋଇଥାଏ। ଏହାଦ୍ୱାରା ଗ୍ୟାସ, ଏସିଡ଼ିଟି, କୋଷ୍ଟକାଠିନ୍ୟ ଓ ପେଟ ଯନ୍ତ୍ରଣା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

୯. ତମ୍ବାରେ ଆଣ୍ଟି-ଏଜିଙ୍ଗ ଗୁଣ ରହିଛି। ନିୟମିତ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ତ୍ୱଚାକୁ ଉଜ୍ଜ୍ୱଳ ଦେଖାଯାଏ।

୧୦. ନିୟମିତ ତମ୍ବା ପାତ୍ର ପାଣି ପିଇଲେ ଥାଇରଏଡ ଜନିତ ରୋଗର ଆଶଙ୍କା ମଧ୍ୟ କମିଯାଇଥାଏ।

ତମ୍ବା ପାତ୍ର କିଭଳି ସଫା କରିବେ…

ତମ୍ବା ପାତ୍ର ସଫା କରିବାକୁ ଲେମ୍ବୁରେ ଲୁଣ ମିଶାଇ ପାତ୍ରରେ ଘଷିଦେଲେ ସଫା ହୋଇଯାଏ। ତାଛଡା ସମାନ ପରିମାଣରେ ଲେମୁ ରସ ଓ ଲୁଣ ନେଇ ବେକିଙ୍ଗ ସୋଡ଼ା ମିଶାଇ ସଫା କଲେ ସମ୍ପୂର୍ଣ୍ଣ ସଫା ହୋଇଯାଇଥାଏ। ଗୋଟିଏ କପ ଭିନେଗାରରେ ଏକ ବଡ ଚାମଚ ଲୁଣ ପକାଇ ଏହି ପାଣିରେ ମଧ୍ୟ ତମ୍ବା ବାସନ ସଫା କରିପାରିବେ।

(ଏହି ଖବର ରିସର୍ଚ୍ଚ ଓ ବିଶ୍ୱାସ ଆଧାରରେ ଲିଖିତ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ