ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ପତ୍ରଯୁକ୍ତ ମୂଳା: ଦୂର ହୋଇଥାଏ ଏହିସବୁ ସମସ୍ୟା

ଭୁବନେଶ୍ୱର ୦୨/୦୧ : ଶୀତ ଦିନରେ ମୂଳା ପରଠାର ମଜା ଅଲଗା ପ୍ରକାର। ମୂଳା ପରଠା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ମୂଳାରେ ତିଆରି ବ୍ୟଞ୍ଜନ ମଧ୍ୟ ବହୁତ ହିତକର। ଏହାକୁ ସାଲାଡ଼ ଭାବେ କଞ୍ଚା ମଧ୍ୟ ଖିଆଯାଏ। କିଛି ଲୋକ ମୂଳାରେ ଆଚାର ମଧ୍ୟ ପ୍ରସ୍ତୁତ କରିଥାନ୍ତି। କିନ୍ତୁ କିଛି ଲୋକଙ୍କୁ ମୂଳା ଆଦୌ ପସନ୍ଦ ନଥାଏ। କିଛି ଲୋକ ମୂଳା ଖାଇବାକୁ ଆଦୌ ପସନ୍ଦ କରନ୍ତିନି। ଯଦି ଆପଣଙ୍କୁ ବି ମୂଳା ପସନ୍ଦ ନୁହେଁ ତାହେଲେ ମୂଳାର ଫାଇଦା ସମ୍ପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ।

ଦୂର ହୋଇଥାଏ ଲିଭର ସମସ୍ୟା – ଯଦି ଆପଣଙ୍କ ପେଟ ଓଜନ ଲାଗୁଛି ତାହେଲେ ମୂଳା ରସରେ ଲୁଣ ପକାଇ ସେବନ କରନ୍ତୁ, ଆରାମ ମିଳିବ। ଯେଉଁମାନଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମୂଳା ନିଶ୍ଚୟ ଖାଇବା ଉଚିତ। ଏହା ଲିଭରକୁ ସୁସ୍ଥ ରଖିଥାଏ।

ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ – ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ମୂଳା ବହୁତ ହିତକର। ଏନ୍ଟି ହାଇପାରଟେନସିଭ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ମୂଳାରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ମଧ୍ୟ ରହିଛି ଯାହା ଶରୀରରେ ସୋଡିୟମ-ପୋଟାସିୟମ ଅନୁପାତକୁ ବାଲାନ୍ସ କରି ରକ୍ତଚାପ ମେଣ୍ଟେନ କରିଥାଏ।

କିଡନୀକୁ ସୁସ୍ଥ ରଖିଥାଏ – ପୋଷାକ ତତ୍ତ୍ୱରେ ଭରପୁର ମୂଳା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ମୂଳାକୁ ପ୍ରାକୃତିକ ପରିଷ୍କାରକ ବୋଲି ମଧ୍ୟ କୁହାଯାଏ। ଏହା ଆମର ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ମୂଳା ବହୁ ମାତ୍ରାରେ ଫାଇବର ଥିବାରୁ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରିଥାଏ।


ଭୋକ ବଢାଇଥାଏ – ଭୋକ ହେଉନଥିବା ସମସ୍ୟା ଥିଲେ ମୂଳା ରସରେ ଅଦା ରସ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଭୋକ ବଢିବ। ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହା ମଧ୍ୟ ଦୂର ହୋଇଥାଏ।


ଜଣ୍ଡିସ୍ ପାଇଁ ଲାଭଦାୟକ – ଜଣ୍ଡିସ୍ ରୋଗୀଙ୍କ ପାଇଁ ମୂଳା ରାମବାଣ ଭଳି କାମ କରିଥାଏ। ଜଣ୍ଡିସ ରୋଗୀ ତାଜା ମୂଳା ଖାଇବା ଉଚିତ। ନିୟମିତ ସକାଳୁ ଗୋଟିଏ କଞ୍ଚା ମୂଳା ଖାଇଲେ ଜଣ୍ଡିସ ରୋଗ ଭଲ ହୋଇଯାଇଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭଦାୟକ। ମୂଳାରେ ଥିବା ପୋଷାକ ତତ୍ତ୍ୱ ଇନ୍ସୁଲିନକୁ ନିୟନ୍ତ୍ରଣ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ