ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସ୍ୱାମୀ ସାବଧାନ ! ସ୍ତ୍ରୀଙ୍କୁ ନିଜ ରୋଜଗାରର ପୁରା ତଥ୍ୟ ଦେବାକୁ ବାଧ୍ୟ, ଆରଟିଆଇ ଜରିଆରେ ଆବେଦନ ଆସିଲେ କହିପାରିବେନି ମିଛ

ନୂଆଦିଲ୍ଲୀ, ୨୦/୧୧: ଏବେ ସ୍ତ୍ରୀ ଜାଣିପାରିବେ ସ୍ୱାମୀଙ୍କ ଦରମା । ଆରଟିଆଇ ଜରିଆରେ ମିଳିପାରିବ ତଥ୍ୟ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସୂଚନା ଆୟାଗ । ପତ୍ନୀ ସୂଚନା ଅଧିକାର ଆଇନ ଆଦାରରେ ନିଜ ପତିଙ୍କ ଆୟ ବାବଦରେ ଜାଣିପାରିବେ ବୋଲି ଆୟୋଗ କହିଛନ୍ତି ।

ଦି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଯୋଧପୁରରେ ରହୁଥିବା ରହମତ ବାନୋ ନିଜ ପତିଙ୍କ ଆୟ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ଆୟକର ବିଭାଗ ରହମତଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରେ ସିଆଇସି ଆୟକର ବିଭାଗକୁ ୧୫ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆବେଦନ ଆରଟିଆଇ ଅଧିନରେ ଆସୁନଥିବା ଆୟକର ବିଭାଗର ଦଲିଲକୁ ମଧ୍ୟ ସୂଚନା ଅଧିକାର ଆୟୋଗ ଖାରଜ କରିଦେଇଛନ୍ତି ।

ଆୟକର ବିଭାଗ କହିଥିଲା ଯେ, କୌଣସି ତୃୀତୟ ପକ୍ଷ ଏପରି ଆବେଦନ କରିବା ଅନୁଚିତ । କେନ୍ଦ୍ରୀୟ ସୂଚନା ଆୟୋଗ ନିଜ ଆଦେଶରେ କହିଥିଲେ ଯେ, ଆବେଦନକାରୀଙ୍କୁ ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦିଆଯାଉ । ଏହାସହ ମହିଳାମାନଙ୍କର ନିଜ ପତିଙ୍କ ଆୟ ଉପରେ ଜାଣିବାର ଅଧିକାର ରହିଛି ବୋଲି ମଧ୍ୟ ଆୟୋଗ କହିଛନ୍ତି । ଆରଟିଆଇ ନିୟମ ଆଧାରରେ ଏହି ତଥ୍ୟ ଦିଆଯାଇଥିବା ଆୟୋଗ କହିଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ