ଅପରାଧ ରାଜ୍ୟ

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବୀଭତ୍ସ ହତ୍ୟା: ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ

ବଲାଙ୍ଗୀର: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ।

ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ। ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ରାତି ୧୨ଟାରେ ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ରାତି ୧ଟାରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲର ମର୍ଗର ଭିତରେ ରଖିଛି।

ଆଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରେ ମଦ ବୋତଲ ପଡ଼ିରହିଛି। କିଛି ଲୋକ ମଦ ପିଇଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ଟାଉନ ପୋଲିସ ତନାଘନା ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପଟେଲ ତାଙ୍କୁ ୧୫ ବର୍ଷ ହେଲା ଛାଡିଦେଇଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।