ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସ୍ବୀକାର କଲେ ବାଇଡେନ୍‌: ବୋହୂ ନୁହେଁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହୋଇଛି ତାଙ୍କ ୪ ବର୍ଷୀୟ ନାତୁଣୀ

ୱାସିଂଟନ୍‌: ପୁଅ ହଣ୍ଟର୍‌ର ୪ ବର୍ଷୀୟ ଝିଅ (ବାଇଡେନ୍‌ଙ୍କ ନାତୁଣୀ) ତାଙ୍କର ବୋହୂ ନୁହେଁ ଲ‌ୁଡେନ୍‌ ରବର୍ଟସ୍‌ ନାମ୍ନୀ ଆର୍କାନ୍‌ସାସ୍‌ର ଜଣେ ମହିଳାଙ୍କ ଗର୍ଭରୁ ୨୦୧୮ରେ ଜନ୍ମ ହୋଇଥିଲା ବୋଲି ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଥମ କରି ପ୍ରକାଶ୍ୟରେ ଘୋଷଣା କରିଛନ୍ତି।

ଜାରି କରିଥିବା ବିବୃତିରେ ବାଇଡେନ୍‌ କହିଛନ୍ତି, ଏକତ୍ର କାମ କରୁଥିବା ବେଳେ ଆମ ପୁଅ ହଣ୍ଟର୍‌ ଏବଂ ନେଭିର (ନାତୁଣୀ) ମାଆ ଲୁଣ୍ଡେନ୍‌ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା। ଏହି କଥାକୁ ଯଥା ସମ୍ଭବ ଗୁପ୍ତ ରଖାଯାଇଥିଲା। ଏହା ରାଜନୈତିକ ନୁହେଁ, ପାରିବାରିକ ଘଟଣା। ନେଭି ସମେତ ଆମର ସମସ୍ତ ନାତିନାତୁଣୀଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ଜିଲ୍‌ ଓ ମୁଁ ତାହା ହିଁ ଚାହୁଁଛୁ।

Image Courtesy of KATV

ସୂଚନାଯୋଗ୍ୟ, ନେଭିଙ୍କୁ ମିଶାଇ ବାଇଡେନ୍‌ଙ୍କର ୭ଜଣ ନାତିନାତୁଣୀ ଅଛନ୍ତି। ଗତକାଲି ପ୍ରଥମ କରି ସେ ନେଭିଙ୍କ କଥା ସର୍ବସାଧାରଣରେ ପ୍ରକାଶ କରିଛନ୍ତି।

ନେଭିର ପ୍ରତିପୋଷଣ ପାଇଁ ରବର୍ଟସ୍‌ ମାମଲା ରୁଜୁ କରିବା ପରେ ‘ଡିଏନ୍‌ଏ’ ପରୀକ୍ଷା କରାଯାଇ ହଣ୍ଟର୍‌ ବାଇଡେନ୍‌ ତା’ର ବାପା ବୋଲି ପ୍ରମାଣିତ କରାଯାଇଥିଲା। ନେଭିର ପ୍ରତିପୋଷଣ ପାଇଁ ରାଜି ହୋଇ ଦୁଇ ପକ୍ଷ ମାମଲାର ଆପୋସ ସମାଧାନ କରିଛନ୍ତି।

୨୦୨୧ ଲେଖିଥିବା ସ୍ମୃତିଲିପିରେ ରବର୍ଟସ୍‌ଙ୍କ ସହିତ ଭେଟ ହେବା ପ୍ରସଙ୍ଗରେ ହଣ୍ଟର୍‌ ବାଇଡେନ୍‌ ଉଲ୍ଲେଖ କରିଛନ୍ତି। କ୍ରାକ୍‌ କୋକେନ୍‌ ସହିତ ମଦ ଓ ଡ୍ରଗ୍‌ ଖାଇବାରେ ମସ୍‌ଗୁଲ୍‌ ଥିବା ବ‌େଳେ ରବର୍ଟସ୍‌ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା ବୋଲି ସେ କହିଛନ୍ତି।

ପୁଅ ‘ବିୟୁ’ଙ୍କ ସମେତ ହଣ୍ଟର୍‌ ବାଇଡେନ୍‌ଙ୍କର ପତ୍ନୀ ମିଲିସା କୋହେନ୍‌ଙ୍କ ଗର୍ଭରୁ ୪ଜଣ ସନ୍ତାନ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ