ଖେଳ

ସ୍ବିତେକ୍‌ ଜିତିଲେ ଇଟାଲିଆନ୍‌ ଓପନ୍‌

ରୋମ୍‌: ପଞ୍ଚଦଶ ମାନ୍ୟତାପ୍ରାପ୍ତ ପୋଲାଣ୍ଡ୍‌ ଲଳନା ଇଗା ସ୍ବିତେକ୍‌ ଇଟାଲିଆନ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ୧୯ ବର୍ଷ ବୟସ୍କା‌ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ସ୍ବିତେକ୍‌ ୪୫ ମିନିଟ୍‌ ମୁକାବିଲାରେ ଚେକ୍‌ ଗଣରାଜ୍ୟର ନବମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍‌କୋଭାଙ୍କୁ ସିଧାସଳଖ ୬-୦ ଓ ୬-୦ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ସ୍ବିତେକ୍‌ ନିଜର ତୃତୀୟ ଡବ୍ଲୁଟିଏ ଟ୍ରଫି କରାୟତ୍ତ କରିଛନ୍ତି। ଏହା ପୂର୍ବରୁ ସେ ଜାନୁଆରିରେ ରୋଲାଣ୍ଡ ଗ୍ୟାରସ୍‌ ସଫଳତା ସାଙ୍ଗକୁ ଆଡିଲେଡ୍‌ରେ ମଧ୍ୟ ଟ୍ରଫି ଜିତିଥିଲେ।

ଜୋକୋଭିକ୍‌-ନାଦାଲ ଫାଇନାଲ
ଇଟାଲିଆନ୍‌ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଏବଂ ସ୍ପେନ୍‌ ତାରକା ରାଫେଲ ନାଦାଲ ମୁହାଁମୁହିଁ ହେବେ। ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ଏକ ନମ୍ବର ଜୋକୋଭିକ୍‌ ୬-୩, ୬-୭ ଓ ୬-୨ରେ ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କୁ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ୬-୪ ଓ ୬-୪ରେ ଆମେରିକାର ରିଲି ଓପେଲ୍‌କାଙ୍କୁ ପରାସ୍ତ କରିଥିଲେ। ଗତଥରର ବିଜେତା ଜୋକୋଭିକ୍‌ ଏଠାରେ ୫ ଥର ଟ୍ରଫି ଜିତିଥିଲା ବେଳେ ନାଦାଲଙ୍କ ନାମରେ ୯ ଥର ଟ୍ରଫି ରହିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ