ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି, ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନକଲି ଦସ୍ତଖିତ ସମ୍ବଳିତ ଏକ ସ୍ଥାୟୀ ନିଯୁକ୍ତି ଚିଠି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏଥିରେ ଓଡ଼ିଶା ମେଡିକାଲ ସେବା କମିସନ(ଓଏମ୍‌ଏସ୍‌ସି) ପକ୍ଷରୁ ବିଭାଗରେ ଗ୍ରୁପ୍ ସି ଓ ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିବା କୁହାଯାଇଛି। ମାତ୍ର ଏହା ନକଲି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ସୂଚନା ଦିଆଯାଇଛି।

ନକଲି ଚିଠିରେ ୫ଜଣଙ୍କ ନାଁ ଉଲ୍ଲେଖ ରହିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲର ୪ଜଣ କନିଷ୍ଠ କ୍ଲକ୍ ତଥା ଆକାଉଣ୍ଟାଣ୍ଟ ଥିବା ବେଳେ ଅନୁଗୁଳ ଜିଲ୍ଲାର ‌ଜଣେ ବ୍ୟକ୍ତି ରହିଛନ୍ତି। ଚଳିତମାସ ୨୦ ତାରିଖରେ ଏଭଳି ଚିଠି ଜାରି ହୋଇଛି। ଏହି କର୍ମଚାରୀମାନଙ୍କୁ କର୍ମଚାରୀ ତାଲିକାରେ ସାମିଲ କରି ବିଭାଗୀୟ ପୋର୍ଟାଲରେ ଯୋଡ଼ିବା ଓ ପ୍ରକାଶିତ କରିବାକୁ କୁହାଯାଇଛି। ମାତ୍ର ରାଜ୍ୟରେ ଓଏମ୍‌ଏସ୍‌ସି ଭଳି କୌଣସି ସଂସ୍ଥା ନାହିଁ। ତେଣୁ ଏଭଳି ଏକ ନକଲି ସଂସ୍ଥା ନାଁରେ କିଏ ଏଭଳି ଚିଠି ଜାରି ବିଭ୍ରାନ୍ତ କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।