ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଗାଇନଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରିବେ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ବର : ମାର୍ଚ୍ଚ ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇ ନିୟମ କଡ଼ାକଡ଼ି କରିବାକୁ କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ମୁନିସପାଲ୍ କମିସନର ଅଥବା ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହି କଣ୍ଟେନମେଣ୍ଟ ଜୋନ୍‌ଗୁଡିକର ସୂଚନା ସମ୍ପୃକ୍ତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଦେବେ। ଏହା ସହ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ନିଜ ନିଜ ୱେବସାଇଟରେ ଏହି ସୂଚନା ପ୍ରଦାନ କରିବେ ବୋଲି ଗାଇଡଲାଇନରେ କୁହାଯାଇଛି। ଏହା ସହ କୋଭିଡ୍-୧୯କୁ ନେଇ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି ରାଜ୍ୟ ସରକାର।

କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲଗାଯାଇଥିବା କଟକଣା କଡ଼ାକଡି ଭାବେ ପାଳନ କରାଯିବ। କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ। ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡ଼ା ନିୟନ୍ତ୍ରଣ ରହିବ।

କଣ୍ଟେନମେଣ୍ଟ ଜୋନରେ ଯେଭଳି କଡାକଡି ଭାବରେ ନିୟମ ପାଳନ କରାଯାଏ ତାହା ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଯଦି ଏଥିରେ ଅବହେଳା ସାମ୍ନାକୁ ଆସେ ତେବେ ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ ଓ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ