ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି, ଅଧିକ ଚିକିତ୍ସା ପାଇଁ ଏମ୍ସ ଆସୁଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ୱର: ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳେ ଡିସଚାର୍ଜ ହୋଇଥିବାର ଖବର ମିଳିଛି। ସ୍ବାସ୍ଥ୍ୟର ଅଧିକ ଯାଞ୍ଚ ଲାଗି ତାଙ୍କୁ ଭୁବନେଶ୍ବର ଏମ୍ସକୁ ରେଫର୍ କରାଯାଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ସାଂସଦ ନିଜେ ବି କହିଥିଲେ ଯେ ତାଙ୍କୁ ଭଲ ଲାଗୁଛି। ଏଣୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳେ ଡିସଚାର୍ଜ କରାଯାଇଛି। ଏହାପରେ ତାଙ୍କୁ ଏମ୍ସକୁ ରେଫର୍ କରାଯାଇଛି। ତାଙ୍କ ସହ ଏକ ମେଡିକାଲ୍ ଟିମ୍ ମଧ୍ୟ ଏମ୍ସ ଯାଉଛନ୍ତି। ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ହେତୁ ଏଥରୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମରେ ୭ ଦିନ ଲାଗିବ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ବତନ୍ତ୍ର ମେଡିକାଲ୍ ଟିମ୍ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭୁବନେଶ୍ବର ଏମ୍ସକୁ ଆଣୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଗତକାଲି ଅପରାହ୍‌ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଏହାପରେ ତାଙ୍କୁ ଆଇସିୟୁରେ ଆଡ୍‌ମିଶନ ହେବାକୁ ଡାକ୍ତର ପରାମର୍ଶ ଦେଇଥିବା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ପାଇ ବହୁ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ଉଲ୍ଲେଖ ଥାଉ କି ୫ ଦିନ ତଳେ ମଧ୍ୟ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଆଉ ଗଳା ଓ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଔଷଧ ଦିଆଯାଇଥିଲା | ଏହାପରେ ସେ ଘରକୁ ଫେରିଯାଇଥିଲେ। ତେବେ ଆଜି ଗତକାଲି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ