ରାଜ୍ୟ

ସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ଦୁଇଟି ଟ୍ରାକ୍‌ ମରାମତି ହୋଇଛି। ପ୍ରଥମେ ମାଲ୍‌ବାହୀ ଓ ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ହୋଇଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଜୁନ୍‌ ୩ ତାରିଖ ସକାଳୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ରହି କାର୍ଯ୍ୟର ତଦାରଖ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ବେ ଆଜିପର୍ଯ୍ୟନ୍ତ ଓଡ଼ିଶାରେ ଟ୍ରେନ୍‌ ସେବା ସ୍ବାଭାବିକ ହୋଇପାରିନାହିଁ। ନିୟମିତ ଭାବେ ଚାଲୁଥିବା ଟ୍ରେନ୍‌ଗୁଡ଼ିକ ଏବେ ଗଡ଼ୁ ନଥିବାରୁ ବହୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି।

ଲଗାତାର ପଞ୍ଚମ ଦିନ ପାଇଁ ମଙ୍ଗଳବାର ୫ଟି ଟ୍ରେନ୍‌ ବାତିଲ୍‌ ହୋଇଥିଲା। ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ ଛାଡ଼ିବାକୁ ଥିବା ୯ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ଯେଉଁଥିରେ କନ୍ୟାକୁମାରୀ-ଦେବ୍ରୁଗଡ଼ ଏକ୍ସପ୍ରେସ୍‌(୨୨୫୦୩), ସାଲିମାର-ହାଇଦ୍ରାବାଦ(୧୮୦୪୫), ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌(୨୨୮୩୧), ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌-ହାଓଡ଼ା(୨୨୮୩୨), ଶାଲିମାର-ପୁରୀ(୨୨୮୩୫), ହାଓଡ଼ା-ପୁରୀ(୧୨୮୩୭), ହାଓଡ଼ା-ଚେନ୍ନାଇ ସେଣ୍ଟ୍ରାଲ(୧୨୮୩୯), ତମ୍ବାରମ୍‌-ସାନ୍ତ୍ରାଗଚ୍ଛି(୨୨୮୪୨), ଚେନ୍ନାଇ ସେଣ୍ଟ୍ରାଲ-ଶାଲିମାର(୧୨୮୪୨), ହାଇଦ୍ରାବାଦ-ଶାଲିମାର(୧୮୦୪୬) ଏକ୍ସପ୍ରେସ୍‌ ରହିଛି। ୩ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜି ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ର ଗତିପଥ ବଦଳିଥିବା ବେଳେ ୭ ତାରିଖରେ ଋଷିକେଶ-ପୁରୀ(୧୮୪୭୮) ଓ ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ ରହିଛି।

ରେଳ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛି। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ପଶ୍ଚିମବଙ୍ଗରୁ ଅଣାଯିବା ସହ କାର୍ଯ୍ୟ ହେଉଛି। ପୂର୍ବତଟ ରେଳପଥର ବି ସହାୟତା ନିଆଯାଉଛି। ରବିବାର ରାତି ସୁଦ୍ଧା ଡାଉନ୍‌-ଟ୍ରାକ୍‌ ଓ ଅପ୍‌-ଟ୍ରାକ୍‌ କାର୍ଯ୍ୟ ଶେଷହେବା ସହ ଟ୍ରେନ୍‌ ଗଡ଼ିଛି। ଏବେ ରେଳ ଲାଇନ୍‌ର ଉଭୟ ପାର୍ଶ୍ବରେ ଥିବା ଲୁପ୍‌ ଲାଇନ୍‌ ମରାମତି ଚାଲିଛି। ୭୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେହେତୁ ଟ୍ରାକ୍‌ଗୁଡ଼ିକ ବର୍ତ୍ତମାନ ମରାମତି ହୋଇଛି ତେଣୁ ସେଥିରେ ଦ୍ରୁତଗତିରେ ଟ୍ରେନ୍‌ ଚଳାଇବାକୁ ଅନୁମତି ଦିଆଯାଉନାହିଁ। ବାଲେଶ୍ବରଠାରୁ ସୋର ପର୍ଯ୍ୟନ୍ତ ଥିବା ରେଳ ଟ୍ରାକ୍‌ରେ ଟ୍ରେନ୍‌ର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିମି ମଧ୍ୟରେ ରଖିବାକୁ କୁହାଯାଇଛି। ଦୁର୍ଘଟଣା ସ୍ଥଳରେ ଟ୍ରେନ୍‌ ଯିବା ସମୟରେ ବେଗ ୧୦ରୁ ୨୦ କିମି ଭିତରେ ରହୁଛି। ଦୁର୍ଘଟଣା ସ୍ଥାନ ଅତିକ୍ରମ କରିବା ସମୟରେ ଟ୍ରେନ୍‌ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଥିବାରୁ ଆମେ ବାଧ୍ୟ ହୋଇ ଟ୍ରେନ୍‌ ଗତି କମାଉଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।