ଖେଳ

ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି ରବିନ୍ଦର ପାଲ ସିଂହଙ୍କ ଦେହାନ୍ତ, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ ୮।୫: ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ଏବଂ ମସ୍କୋ ଅଲମ୍ପିକ୍ ୧୯୮୦ର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ ସିଂହଙ୍କ ଦେହାନ୍ତ । ପ୍ରାୟ ଦୁଇ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷ୍ନୌରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା ।

ରବିନ୍ଦର ପାଲ ସିଂହଙ୍କୁ ଅପ୍ରେଲ ୨୪ ତାରିଖରେ ବିବେକାନନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପାରିବାରିକ ସୂତ୍ର ଅନୁସାରେ ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ । ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ କରୋନା ଓ୍ବାର୍ଡରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ଦିନ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା ।

ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ ୧୯୮୪ ଖେଳିଥିବା ରବିନ୍ଦର ପାଲ ସିଂହ ବିବାହ କରିନଥିଲେ । ସେ ୧୯୭୯ ଜୁନିଅର ବିଶ୍ବକପ୍ ଖେଳିଥିଲେ । ହକି ଖେଳ ଛାଡିବା ପରେ ଷ୍ଟେଟ ବ୍ୟାଙ୍କରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ସୀତାପୁରରେ ଜନ୍ମ ଗ୍ରହଣ କରିଥିବା ରବିନ୍ଦର ପାଲ ସିଂହ ୧୯୭୯ରୁ ୧୯୮୪ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇଟି ଅଲମ୍ପିକ୍ ବ୍ୟତୀତ ସେ ୧୯୮୦ ଏବଂ ୧୯୮୩ରେ ଚାମ୍ପିଅନ୍ସ ଟ୍ରଫି, ୧୯୮୨ରେ ବିଶ୍ବକପ୍ ଏବଂ ୧୯୮୨ ଏସିଆ କପ୍ ମଧ୍ୟ ଖେଳିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ