କଳା ଓ ସଂସ୍କୃତି ଧର୍ମ

ସ୍ବପ୍ନରେ ଦେଖୁଛନ୍ତି କି ସାପ ? ନାଗ ପଞ୍ଚମୀରେ କରନ୍ତୁ ଏହି ଉପାୟ, ଦୂର ହେବ ସର୍ପ ଭୟ

ଭୁବନେଶ୍ୱର ୧୦/୦୮ : ଶିଶୁ, ମହିଳା ଏବଂ ବୟସ୍କମାନେ ମଧ୍ୟ ବେଳେବେଳେ ସ୍ୱପ୍ନରେ ସାପ ଦେଖିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅଭିଯୋଗ କରିଛନ୍ତି ଯେ ସାପ ସେମାନଙ୍କୁ ସ୍ୱପ୍ନରେ କାମୁଡିଥାଏ ଯେଉଁଥିପାଇଁ ତାଙ୍କୁ ଭୟ ଲାଗେ। ଏପରି ସ୍ୱପ୍ନ ଦେଖିବାର ଅନେକ କାରଣ ଅଛି। ଯେତେବେଳେ ଆମେ ସେମାନଙ୍କ ସହ ଜଡିତ ଦୃଶ୍ୟ ଦେଖିବା ସେତେବେଳେ ଅଧିକାଂଶ ସ୍ୱପ୍ନ ଆମ ପାଖକୁ ଆସିଥାଏ। ସାଧାରଣତଃ ସାପ ସହ ସମ୍ବନ୍ଧିତ ଦୃଶ୍ୟ ଦେଖିଲେ ତାହା ସ୍ବପ୍ନରେ ଆସିଥାଏ। ଅଧିକାଂଶ ସ୍ବପ୍ନ ଆମର ଜୀବନଚର୍ଯ୍ୟା ସହ ଜଡିତ ଥାଏ ଅର୍ଥାତ ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଇଚ୍ଛା କରିଥାଉ କିମ୍ବା ଭୋଗିଥାଉ, ତାହା ଚିତ୍ତରେ ରହିଯାଏ ଏବଂ ରାତିରେ ସ୍ବପ୍ନରେ ଆସିଥାଏ। ଏହିଭଳି ସ୍ବପ୍ନର କିଛି ବିଶେଷ ଅର୍ଥ ନଥାଏ କିନ୍ତୁ ଯଦି ଅଲଗା କିଛି ସ୍ବପ୍ନ ଆସେ ତାହେଲେ ତାର ଅର୍ଥ ବୁଝିବା ଦରକାର। ଜ୍ୟୋତିଷଙ୍କ ଅନୁସାରେ ସ୍ବପ୍ନରେ ସାପ ଦେଖିବାର ଶୁଭ ଓ ଅଶୁଭ ପ୍ରଭାବ ରହିଥାଏ।

ସର୍ପ ଭୟ ଉପାୟ :

ଦୁଇଟି ରୁପା ସାପ ଓ ଗୋଟିଏ ସ୍ୱସ୍ତିକ ବନାନ୍ତୁ। ପୂଜା ଥାଳିରେ ଦୁଇ ସାପ ଓ ସ୍ୱସ୍ତିକକୁ ରଖି ପୂଜା କରନ୍ତୁ। ସାପକୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ସ୍ୱସ୍ତିକରେ ବେଲପତ୍ରରେ ପୂଜା କରିବା ଶୁଭ ହୋଇଥାଏ। ପୂଜା ଥାଳି ସାମ୍ନାରେ ରଖି ‘ଓଁ ନାଗେନ୍ଦ୍ରହାରାୟ ନମଃ’ ମନ୍ତ୍ର ଜପ କରିବେ। ଏହାପରେ ନାଗକୁ ଶିବଲିଙ୍ଗରେ ଅର୍ପଣ କରି ସ୍ୱସ୍ତିକକୁ ଗଳାରେ ପିନ୍ଧିବେ। ଏହାଦ୍ୱାରା ସର୍ପ ଭୟ ଦୂର ହେବ ଏବଂ ସ୍ବପ୍ନ ମଧ୍ୟ ଆସିବନି।


ନାଗ ପୂଜା ପାଇଁ ବିଶେଷ କଥା :

୧. ସାପ ସ୍ବପ୍ନରୁ ବଞ୍ଚିବା ପାଇଁ କୌଣସି ପଞ୍ଚମୀ ତିଥିରେ ନାଗ ପୂଜା କରାଇବେ। ମୌନ ଓ ନାଗ ପଞ୍ଚମୀ ଏଥିପାଇଁ ବିଶେଷ ଦିନ। ଏହି ତିଥିରେ ପୂଜା ବିଶେଷ ଲାଭଦାୟକ।

୨. ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପଞ୍ଚମୀ ତିଥିର ସ୍ୱାମୀ ନାଗ। ଏହି ଦିନ ଅଷ୍ଟ ନାଗ ପୂଜା ବିଶେଷ ଫଳଦାୟୀ ପ୍ରମାଣିତ ହୋଇଥାଏ।

୩. ନାଗ ପଞ୍ଚମୀରେ ବ୍ରତ ପାଳନ କରୁଥିଲେ ଚତୁର୍ଥୀରେ ଥରେ ଭୋଜନ କରିବେ। ପଞ୍ଚମୀରେ ଉପବାସ ରଖି ସନ୍ଧ୍ୟାରେ ଭୋଜନ କରିବେ।

୪. ନାଗ ପୂଜା ପାଇଁ ଚିତ୍ର କିମ୍ବା ମୂର୍ତ୍ତି କାଠ ପିଢାରେ ବିଧିପୂର୍ବକ ସ୍ଥାପିତ କରି ପୂଜା କରିବା ଉଚିତ।

୫. ମୂର୍ତ୍ତିରେ ହଳଦୀ, କୁମକୁମ, ନାଲି ସୁତା, ଚାଉଳ, ଫୁଲ, କ୍ଷୀର, ଘିଅ, ଚିନି ଅର୍ପଣ କରିବେ।

୬. ପୂଜା ପରେ ସର୍ପ ଦେବତାଙ୍କ ଆଳତୀ କରି ନାଗ ପଞ୍ଚମୀ କଥା ଶୁଣିବା ଉଚିତ।

୭. ଏଥର ନାଗ ପଞ୍ଚମୀ ପୂଜା ମୁହୂର୍ତ୍ତ ସନ୍ଧ୍ୟା ୫ଟା ୪୮ ମିନିଟରୁ ୮ଟା ୨୭ ମିନିଟ ଯାଏଁ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ