ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ପିଡ୍ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବରଗଡ ୧୨।୭: ସ୍ପୀଡ଼ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଶବ ରଖି ବରଗଡ ଭଟଲି ଛକରେ ରାସ୍ତାରୋକ । ଭଟଲି ଛକରୁ ଭଟଲି ପର୍ଯ୍ୟନ୍ତ ଆଲୋକୀକରଣ, ରାସ୍ତା ପ୍ରଶସ୍ତିକରଣ, ଅଭିଯୁକ୍ତମାନଙ୍କୁ ଗିରଫ ସହ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦାବି ନେଇ ରାସ୍ତାରୋକ ଜାରି ରହିଛି ।

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଲି କେନାଲ ପଡାର ଚତୁର୍ଭୁଜ ଲୁହା ନାମକ ଜଣେ ଯୁବକ ସୋମବାର କାମ ସାରି ଘରକୁ ସାଇକେଲରେ ଫେରୁଥିବା ବେଳେ ଡାଙ୍ଗ ପେଟ୍ରୋଲ ପମ୍ପଠାରେ ଦୁଇ ଜଣ ସ୍ପୀଡ଼ ବାଇକରଙ୍କ ପ୍ରତିଯୋଗିତା ଚାଲିଥିବା ବେଳେ ଧକ୍କା ଦେଇ ଫେରାର ହୋଇଯାଇଥିଲେ । ଫଳରେ ଚତୁର୍ଭୁଜଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବରଗଡ଼ ଭଟଲି ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।