ଅପରାଧ ରାଜ୍ୟ

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁଣ୍ଟ ସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହେବାରେ ସଫଳ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏଣେ ଅଭିଯୁକ୍ତ ସ୍ୱାମୀକୁ ଧରିବା ଲାଗି ତନାଘନା କରୁଥିବା ଜଣାଯାଇଛି।

ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତି ତଅଁଲା ନିଜ ପରିବାର ସହିତ ରହୁଥିଲେ। ପ୍ରାୟ ଘାସି ମଦ୍ୟପାନ କରି ରାତିରେ ତା ପତ୍ନୀ ସହିତ ଝଗଡା କରୁଥିଲା। ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା। କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ କୁନ୍ତି ଖାଇବାକୁ ବସିଥିଲା। ସେଠାରେ ଉତ୍ୟକ୍ତ ହୋଇ ଘାସି ନିଜ ସ୍ତ୍ରୀ ମୁଣ୍ଡରେ ଖଟିଆରେ ବାହି ନେଇ ବାଡେଇଥିଲା। ଗୁରୁତର ହେବାରୁ ସେ ଓ ପରିବାର ଲୋକେ ଘସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁନ୍ତି ମ୍ରୁତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ। ଏହା ଜାଣି ଘାସି କୁଆଡେ ଫେରାର ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରା ଯାଇ ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।