ଅପରାଧ ରାଜ୍ୟ

ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନାରେ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଅଭିଯୁକ୍ତ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ତ୍ରୀର ମୃତଦେହ ଘରେ ଓ ସ୍ୱାମୀର ମୃତଦେହ ବାଡ଼ିରେ ପଡ଼ିଥିବା ଜଣାଯାଇଛି। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁତସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତୀ ତଅଁଲା ନିଜ ପରିବାର ସହିତ ରହୁଥିଲେ। ପ୍ରାୟ ଘାସି ମଦ୍ୟପାନ କରି ରାତିରେ ତା ପତ୍ନୀ ସହିତ ଝଗଡା କରୁଥିଲା। ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା। କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ କୁନ୍ତି ଖାଇବାକୁ ବସିଥିଲା। ସେଠାରେ ଉତ୍ୟକ୍ତ ହୋଇ ପିଟିଥିଲା। ଗୁରୁତର ହେବାରୁ ସେ ଓ ପରିବାର ଲୋକେ କୁନ୍ତୀକୁ ଘସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁନ୍ତୀର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହା ଜାଣି ଘାସି ନିଜ ଘର ବାଡ଼ିପଟେ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।