ଅପରାଧ ରାଜ୍ୟ

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ, ପୁଲିସକୁ ଡାକି ଆତ୍ମସମର୍ପଣ କଲା ଅଭିଯୁକ୍ତ

ବୌଦ୍ଧ: ବୌଦ୍ଧ ଥାନା ସଂପୋଜ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ- ସ୍ତ୍ରୀଙ୍କ ଝଗଡ଼ା ହତ୍ୟାରେ ଶେଷ ହୋଇଛି। ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କରିଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭୋଳାନାଥ ସ୍ୱାଇଁ ଓ ସ୍ତ୍ରୀ କସ୍ତୁରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସ୍ତ୍ରୀଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଟାଙ୍ଗିଆ‌ ଆଣି ହାଣିଥିଲେ।

ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ସୁଦ୍ଧା ଭୋଳାନାଥଙ୍କ ଉଗ୍ରରୂପ ଦେଖି ପାଖକୁ ଯିବାକୁ ସାହସ କରିନଥିଲେ। ପରେ ଟାଙ୍ଗିଆ ବୁଲାଇ ଗାଁରେ ଆତଙ୍କ ଖେଳାଇଥିଲେ ଭୋଳାନାଥ। ହତ୍ୟା କରିବା ପରେ ନିଜେ ଭୋଳାନାଥ ବୌଦ୍ଧ ପୁଲିସକୁ ଫୋନ କରି ଜଣାଇଥିଲେ। ପୁଲିସ ଯାଇ ତାଙ୍କୁ ଗିରଫ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।