ଅପରାଧ ରାଜ୍ୟ

ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ସ୍ବାମୀ, ପୂର୍ବରୁ ଉଭୟଙ୍କର ହୋଇସାରିଛି ବିବାହ ବିଚ୍ଛେଦ

ଭୁବନେଶ୍ୱର ୨୩।୦୯ : ଭୁବନେଶ୍ବର ଜଗନ୍ନାଥ ବିହାର ଲେନ୍ ୧ରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ସ୍ବାମୀ । ଗୁରୁତର ମହିଳା ହେଲେ ପ୍ରଭାତୀ ପ୍ରଧାନ।

ଖବର ଅନୁଯାୟୀ, ପ୍ରଭାତୀଙ୍କ ସ୍ବାମୀ ଜଗନ୍ନାଥ ପ୍ରଧାନ ଅଟୋ ଚଳାଏ । ଉଭୟଙ୍କର ବିବାହ ବିଚ୍ଛେଦ ଘଟିଛି । ତଥାପି ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ ଆସି ପ୍ରଭାତୀକୁ ମାରପିଟ କରୁଥିଲା। ଏପିରିକି ଗୁରୁବାର ରାତି ୯ଟାରେ ପ୍ରଭାତୀ ରହୁଥିବା ଘରେ ପହଞ୍ଚି ତାର ଏକ ଛୋଟ ଝିଅକୁ ମାରିଦେବ ବୋଲି ଧମକ ଦେଇଥିଲେ ଜଗନ୍ନାଥ ପ୍ରଧାନ। ପ୍ରଭାତୀଙ୍କ ସମ୍ପର୍କୀୟ ପିସିଆର୍‌ ଡାକି ଜଗାକୁ ହସ୍ତାନ୍ତର କରିଥିଲେ । ହେଲେ ଠିକ୍ ଅଧଘଣ୍ଟା ପରେ ଜଗନ୍ନାଥ ପୁଣିଥରେ ଘର ପାଖରେ ପହଂଚି କବାଟ ଭାଙ୍ଗି ଘର ଭିତରୁ ଗ୍ୟାସ ସିଲିଣ୍ଡର ଆଣି ନିଆଁ ଲଗାଇ ପ୍ରଭାତୀକୁ ପୋଡି ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଭାତୀକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।