ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା : ମୋସନ୍ ଆଣି ସରକାରୀ ମୁଖ୍ୟ ସଚେତକ କହିଲେ ବନ୍ଦ ହୋଇନି, ମିଶ୍ରଣ ହୋଇଛି ସ୍କୁଲ, ଆତ୍ମଘାତୀ କହି ବିରୋଧୀଙ୍କ ଉଦ୍‌ବେଗ

ଭୁବନେଶ୍ୱର ୨୨।୧୧: ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ସ୍କୁଳ ବନ୍ଦ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା । ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଓ ସୁବ୍ୟବସ୍ଥୀକରଣ ନୀତି ନେଇ ଆଗତ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଛନ୍ତି ମୋସନ୍ । ସ୍କୁଲ ବନ୍ଦ କରାଯାଇନି, ମିଶ୍ରଣ କରାଯାଇଛି ବୋଲି ସରକାରୀ ମୁଖ୍ୟ ସଚେତକ ଗୃହକୁ ଅବଗତ କରାଇଛନ୍ତି । କିଛି ସ୍ଥାନରେ ୮ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ୨ ଜଣ ଶିକ୍ଷକ । ଯାହା ଯଥାର୍ଥ ନୁହେଁ। ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲ ଚାଲି ପାରିବ। ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ।

ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଗୋଟିଏ କ୍ଲାସରେ କେତେ ଛାତ୍ରଛାତ୍ରୀ ରହିବେ ସେଥିପାଇଁ ନିୟମ ପ୍ରଣୟନ କରାଯାଇଛି। ତେଣୁ କୌଣସି ସ୍କୁଲକୁ ବନ୍ଦ କରାଯାଇନି ମିଶ୍ରଣ କରାଯାଇଛି ବୋଲି ଗୃହକୁ ଜଣାଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କିନ୍ତୁ ସ୍କୁଲ ବନ୍ଦକୁ ନେଇ ସରକାରଙ୍କୁ ନିଶାନା ସାଧିଛନ୍ତି । କହିଛନ୍ତି ସରକାର ସଠିକ ଦିଶାରେ ଚାଲୁନାହି। ସାଢ଼େ ୧୧ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ। ୧୧ ଲକ୍ଷ ଛାତ୍ରଛାତ୍ରୀ ନାମଲେଖାଉଛନ୍ତି। କିନ୍ତୁ ମାଟ୍ରିକ ବେଳକୁ ୬ ଲକ୍ଷ ରହୁଛନ୍ତି। ୫ ଲକ୍ଷ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି। କାହିଁକି ଏଭଳି ହେଉଛି ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ସ୍କୁଲ ବନ୍ଦ ନିଷ୍ପତ୍ତି ଅଗଣାତାନ୍ତ୍ରିକ କହି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ।

ସେପଟେ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି। 2017ରୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି। ନୀତି ଆୟୋଗ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତିରେ ଏ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ବାଟରେ ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ଵ୍ୟଵହାର କରୁଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲ କୁ ବନ୍ଦ କରାଯାଉନଥିବା କହିଛନ୍ତି ପ୍ରତାପ ଦେବ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି