ଅପରାଧ ରାଜ୍ୟ

ସ୍କୁଟି ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଭଉଣୀ

ସାଲେପୁର ୬।୮: ସାଲେପୁର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ନାଳିଆମୁହିଁ ଛକ ନିକଟରେ ଦୁର୍ଘଟଣା । ଶନିବାର ସକାଳ ପ୍ରାୟ ସାଢେ ୭ଟାରେ ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ୍ ଏକ ସ୍କୁଟି ଉପରେ ଚଢ଼ିଯିବାରୁ ଦୁଇ ଭଉଣୀ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ୍ ସ୍କୁଟି ଉପରେ ଚଢ଼ି ଯାଇଥିଲା । ଅପରପକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ବସପୁର ଅଞ୍ଚଳର ସ୍ନିଗ୍ଧ ମହାନ୍ତି ଓ ସ୍ମିତା ମହାନ୍ତି ଏକ ସ୍କୁଟିରେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ମଧ୍ୟ ଯାଉଥିଲେ । ହେଲେ କୌଣସି କାରଣରୁ ସ୍କୁଟି ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ଫଳରେ ସ୍କୁଟିଟି ଭାଙ୍ଗିରୁଜି ଯାଇଥିବା ବେଳେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସେହିପରି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଅନ୍ୟ ଜଣେ ସ୍କୁଟି ଚାଳକ ଏହି ଦୁର୍ଘଟଣା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରତାପ ବେହେରା ଗୁରୁତର ଆହତ ହୋଇଥିବା ବେଳେ ଉକ୍ତ ସ୍କୁଟିରେ ଥିବା ଅନ୍ୟ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିବା ବେଳେ ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।