ଅପରାଧ ରାଜ୍ୟ

ସ୍କୁଟିକୁ ଧକ୍କା ଦେଇ ନୟନ ଯୋଡିକୁ ଖସିପଡିଲା କାର୍‌, ଚାଳକ ଫେରାର

ଜଳେଶ୍ୱର ୦୩।୦୮: ସ୍କୁଟିକୁ ଧକ୍କା ଦେଲା କାର୍‌ । ଏହାପରେ ନୟନ ଯୋଡିକୁ ଖସିପଡିଲା କାର୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଣିଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୫୭ନଂ ରାଜ୍ୟ ରାଜପଥ ବାଣିଦା ଠାରେ ବୁଧବାର ପାଖାପାଖି ୧୧.୩୦ଟା ସମୟରେ ଚନ୍ଦନେଶ୍ୱର ଆଡୁ ଜଳେଶ୍ୱର ପଟକୁ ଦ୍ରୁତ ଗତିରେ ଏକ କାର୍‌ ଆସୁଥିଲେ । ଏହି ସମୟରେ ଜଳେଶ୍ୱର ଆଡୁ କମର୍ଦା ଅଞ୍ଚଳକୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ କାର୍‌ । ଏହାପରେ ରାସ୍ତା କଡରେ ଥିବା ନୟନଯୋଡିକୁ ଖସି ପଡିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ନାମ୍ପୋ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୁର୍ଘଟଣାଗ୍ରସ୍ଥ କାର୍‌କୁ ମଧ୍ୟ ଜବତ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।