ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପଦ୍ମପୁର ୦୪।୧୨ : ସୋମବାର ପଦ୍ମପୁର ଉପନିର୍ବାଚନ। ଭୋଟ୍ ଦେବେ ପଦ୍ମପୁର ଭୋଟର । ନିଜ ମନ ପସନ୍ଦର ନେତା ବାଛିବେ । ୮ ତାରିଖରେ ଭୋଟ୍ ଗଣତି ପରେ ଆସିବ ଫଳାଫଳ । ପଦ୍ମପୁର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଖବର ଅନୁଯାୟୀ, ନିର୍ବାଚନ ମଣ୍ଡଳୀରେ ୩୧୯ ଟି ବୁଥ୍ ରହିବ। ୭୪ ଟି ଅତି ସମ୍ବେଦନଶୀଳ, ୫୨ ଟି ସମ୍ବେଦନଶୀଳ, ୩ଟି ବ୍ଲକ ରେ ୬ଟି ପିଙ୍କ୍ ବୁଥ୍ ଓ ୧୦ଟି ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପାଇଁ ଅଧିକ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ମାଓ ଉପଦ୍ରୁତ ଅଞ୍ଚଳ ପାଇଁ ଅର୍ଦ୍ଧସାମରିକ ବାହିନୀ ଆସି ପହଞ୍ଚିଛନ୍ତି। ଅତିସମ୍ବେଦନଶୀଳ, ସମ୍ବେଦନଶୀଳ ବୁଥ୍ ରେ ଏମାନଙ୍କୁ ମୁତୟନ କରାଯିବ । ଏହାକୁ ନେଇ ଇଣ୍ଟର୍ ଷ୍ଟେଟ୍ ବୋର୍ଡର ସମନ୍ବୟ ବୈଠକ ମଧ୍ୟ ଶେଷ ହୋଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କିଭଳି ନିର୍ବାଚନକୁ ସ୍ୱଚ୍ଛ ,ଅବାଧ କରାଯାଇ ପାରିବ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜନସାଧରଣଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଏବଂ ଅଧିକରୁ ଅଧିକ ଲୋକେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ବରଗଡ଼ ଜିଲାପାଳ ଓ ଏସ୍.ପି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l