କଳା ଓ ସଂସ୍କୃତି ଧର୍ମ

ସୋମବାର ଦିନ ମହାଦେବଙ୍କ ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ, ନଚେତ ଭୋଗିପାରନ୍ତି କଷ୍ଟ

ଭୁବନେଶ୍ୱର ୦୧/୦୨ : ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଶିବଙ୍କୁ ଆରାଧନା କଲେ ସବୁ କଷ୍ଟ ଦୂର ହୁଏ ଓ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ଶିବ ସବୁବେଳେ ଭକ୍ତଙ୍କ ଉପରେ କୃପା କରିଥାନ୍ତି। ସୋମବାର ସକାଳୁ ଉଠି ସ୍ନାନ କରି ଶିବଙ୍କୁ ଆରାଧନା କଲେ ଶିବ ପ୍ରସନ୍ନ ହୋଇଥାନ୍ତି। ସୋମବାର ଦିନ ଭଗବାନ ଶିବ ମାତା ପାର୍ବତୀ ଓ ନନ୍ଦୀଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଉଚିତ। ବିଶେଷକରି ସୋମବାର ଦିନ ଚନ୍ଦନ, ଚାଉଳ, ବେଲ ପତ୍ର, ଫୁଲ, ଦୁଦୁରା ଫୁଲ, କଞ୍ଚା କ୍ଷୀର ଅର୍ପଣ କରିବା ଉଚିତ। ଏସବୁ ଶିବଙ୍କର ଅତି ପ୍ରିୟ। ଏସବୁ ଅର୍ପଣ କରିବା ଦ୍ୱାରା ଶିବ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କୁ କୃପା ପ୍ରଦାନ କରିଥାନ୍ତି।

ସୋମବାର ଦିନ ଶିବଙ୍କୁ ଘିଅ, ଚିନି ଓ ଗହମ ଅଟାରୁ ତିଆରି ଭୋଗ ଦେବା ଉଚିତ। ଏହାପରେ ଧୂପ, ଦୀପରେ ଆଳତୀ କରିବା ଉଚିତ। ଏହାପରେ ସେହି ପ୍ରସାଦ ଗୁରୁଜନ, ପରିବାର ଓ ମିତ୍ରଙ୍କ ସହ ନିଜେ ଗ୍ରହଣ କରିବା ଉଚିତ।

ସୋମବାର ଦିନ ୧୦୮ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଭଗବାନ ଶିବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଏହାସହ ଓଁ ନମଃ ଶିବାୟ ମନ୍ତ୍ର ମଧ୍ୟ ଜପ କରିପାରିବେ।

B-31, KOTA-230201, FEBRUARY 23, 2009: Kota: Devotees pour milk on Shivling at Neelkanth Mahadev temple on the occasion of Mahashivrathri in Kota on Monday. PTI Photo

ଶିବଙ୍କୁ ପୂଜା କଲାବେଳେ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ :

ଶିବଙ୍କ ପୂଜାରେ ଏମିତି କିଛି ଜିନିଷ ଅର୍ପଣ କରାଯାଏ ଯାହା ଅନ୍ୟ ଦେବାଦେବୀଙ୍କୁ ଅର୍ପଣ କରାଯାଏ ନାହିଁ। ଯେପରିକି ବେଲପତ୍ର, ଭାଙ୍ଗ, ଅରଖ ଫୁଲ ଆଦି। ଶିବଙ୍କ ପୂଜାରେ ଏମିତି କିଛି ଜିନିଷ ଅଛି ଯାହା ଆପଣଙ୍କୁ ପୂଜାର ଫଳ ଦେବା ପରିବର୍ତ୍ତେ କ୍ଷତି କରିପାରେ।

ହଳଦୀ – ଭଗଵାନ ଶିବଙ୍କ ପୂଜାରେ ହଳଦୀ କେବେ ବି ଅର୍ପଣ କରାଯିବା ଉଚିତ ନୁହେଁ। ହଳଦୀ ମୁଖ୍ୟତଃ ସୌନ୍ଦର୍ଯ୍ୟ ପ୍ରସାଧନ ଭାବେ ବ୍ୟବହାର କରାଯାଇଥାଏ। ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ। ସେଥିପାଇଁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ।

ଫୁଲ – ଶିବଙ୍କୁ କନିଅର ଓ ପଦ୍ମ ଫୁଲ ଛଡା ଲାଲ ରଙ୍ଗର ଫୁଲ ପସନ୍ଦ ନୁହେଁ। ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଏନାହିଁ।

କୁକୁମ – ଶାସ୍ତ୍ର ଅନୁସାରେ ଶିବଙ୍କୁ କୁକୁମ ଅର୍ପଣ କରାଯାଇନାହିଁ। ଶିବଙ୍କୁ କେବଳ ଚନ୍ଦନ ଅର୍ପଣ କରାଯାଏ।


ଶିବ ପୂଜାରେ ବର୍ଜିତ ଶଙ୍ଖ – ଶଙ୍ଖ ଭଗବାନ ବିଷ୍ଣୁଙ୍କୁ ଅତି ପ୍ରିୟ। ଶିବ ଶଙ୍ଖଚୁର ନାମକ ଅସୁରର ବଧ କରିଥିଲେ | ସେଥିପାଇଁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ବର୍ଜିତ କରାଯାଇଛି।

ନଡ଼ିଆ ପାଣି – ନଡ଼ିଆ ପାଣିରେ ଭଗବାନ ଶିବଙ୍କ ଅଭିଷେକ କରିବା ଉଚିତ ନୁହେଁ। ବିଶ୍ୱାସ ଅନୁଯାୟୀ, ନଡ଼ିଆ ଲକ୍ଷ୍ମୀଙ୍କ ସ୍ୱରୂପ। ସେଥିପାଇଁ ସମସ୍ତ ଶୁଭ କାର୍ଯ୍ୟରେ ନଡ଼ିଆକୁ ପ୍ରସାଦ ଭାବେ ଗ୍ରହଣ କରାଯାଏ। କିନ୍ତୁ ଶିବଙ୍କୁ ଅର୍ପଣ ପରେ ନଡ଼ିଆ ପାଣି ଗ୍ରହଣ ଯୋଗ୍ୟ ରହେନାହିଁ ବୋଲି କୁହାଯାଏ।


ତୁଳସୀ – ଭଗବାନ ଶିବଙ୍କୁ ତୁଳସୀ ପତ୍ର ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ। ଭଗବାନ ଶିବ ଜଳନ୍ଧର ଅସୁରର ବଧ କରିଥିଲେ। ଜଳନ୍ଧର ଅସୁରର ପତ୍ନୀ ଥିଲେ ବୃନ୍ଦାବତୀ। ଶିବ ଜଳନ୍ଧରକୁ ବଧ କରିବା ପରେ ବୃନ୍ଦାବତୀ ତୁଳସୀ ଗଛ ହୋଇଯାଇଥିଲେ ଓ ଶିବଙ୍କ ପୂଜାରେ ତୁଳସୀ ପତ୍ର ପ୍ରୟୋଗ ନ କରିବାକୁ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ