ଧର୍ମ

ସୋମବାର ଆରମ୍ଭ ହେବାକୁ ଯାଉଛି ପଞ୍ଚକ, ଜାଣନ୍ତୁ ରାଜ ପଞ୍ଚକରେ କରିବେ କ’ଣ ?

ପଞ୍ଚାଙ୍ଗ ଅନୁସାରେ ୨୮ ଜୁନ ସୋମବାର ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଚଳିତମାସରେ ଏହି ଦିନରୁ ଆରମ୍ଭ ହେଉଛି ପଞ୍ଚକ। ପଞ୍ଚକରେ ଶୁଭ କାର୍ଯ୍ୟ ବର୍ଜିତ। ଆଷାଢ ମାସ ପଞ୍ଚକର ବିଶେଷ ମାନ୍ୟତା ରହିଛି। ପଞ୍ଚକରେ କିଛି କାର୍ଯ୍ୟ ବର୍ଜିତ ଥାଏ। ତେବେ ଏଥର ପଞ୍ଚକ ସୋମବାର ଆରମ୍ଭ ହେଉଛି। ସୋମବାର ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ। ଏଣୁ କେତେକ କାର୍ଯ୍ୟ ଲାଗି ଏହି ପଞ୍ଚକ ବେଶ ଶୁଭପ୍ରଦ ବୋଲି କୁହାଯାଉଛି।


ପଞ୍ଚାଙ୍ଗ ଅନୁସାରେ ୨୮ ଜୁନ ୨୦୨୧ରେ ପଞ୍ଚକ ଆରମ୍ଭ ହେଉଥିବା ବେଳେ ୩ ଜୁଲାଇ ୨୦୨୧ରେ ସରିବ। ପଞ୍ଚକ ୫ଟି ନକ୍ଷତ୍ର ସଂଯୋଗରୁ ହୋଇଥାଏ। ମାନ୍ୟତା ଅନୁସାରେ ଚନ୍ଦ୍ର ମୀନ ଓ କୁମ୍ଭ ରାଶି ଦେଇ ଗତି କରିବା ବେଳେ ପଞ୍ଚକ ସୃଷ୍ଟି ହୋଇଥାଏ। ଏହି ଦୁଇ ରାଶିଙ୍କୁ ପଞ୍ଚକର ସ୍ୱାମୀ ବୋଲି ମଧ୍ୟ କୁହାଯାଏ। ସୋମବାର ଆରମ୍ଭ ହେଉଥିବା ରାଜ ପଞ୍ଚକକୁ ଶୁଭ ମନେ କରାଯାଏ। ଏହି ପଞ୍ଚକ ପାଞ୍ଚଦିନରେ କରାଯାଉଥିବା କାର୍ଯ୍ୟରୁ ପୂର୍ଣ୍ଣ ସଫଳତା ଆଶା କରାଯାଇପାରେ।


ଏଣୁ ଏହି ସମୟରେ ସମ୍ପତ୍ତି ସମ୍ପର୍କିତ କାର୍ଯ୍ୟ କରାଯାଇପାରେ। ରାଜପଞ୍ଚକରେ ବିଶେଷ କରି ସରକାରୀ କାର୍ଯ୍ୟରେ ବିଶେଷ ଶୁଭ ଫଳ ମିଳିଥାଏ। ତେବେ ପଞ୍ଚକ ଧନିଷ୍ଠା ନକ୍ଷତ୍ରରୁ ଆରମ୍ଭ ହେଉଥିବାରୁ ଅଗ୍ନି ଭୟ ରହିବ ବୋଲି ଆଶଙ୍କା କରାଯାଏ। ତେବେ ଏହି ପଞ୍ଚକକୁ ବିଶେଷ ଶୁଭ ମନେ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ