ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୀଳଗିରି ୦୭।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀ କାଠପାଳ ଠାରେ ମାତିଛନ୍ତି ବାଲି ମାଫିଆ। ମଧ୍ୟରାତ୍ରିରୁ ସକାଳ ୭ଟା ପର୍ଯ୍ୟନ୍ତ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଆଖପାଖ ଅଞ୍ଚଳରେ ଗଛିତ କରି ରଖୁଛନ୍ତି ବାଲି ମାଫିଆ। କିଏ ଇଟା ଭାଟିରେ ରଖୁଛି ତ ଆଉ କିଏ ଗାଁ ଭିତରେ ରଖୁଛି। ଗଛିତ ବାଲିକୁ ବଡ଼ ବଡ଼ ଟ୍ରକରେ ଲୋଡ କରି ବାହାରକୁ ଚାଲାଣ ହେଉଛି। ହେଲେ ସବୁ ଦେଖିବି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।
କିଛିଦିନ ପୂର୍ବରୁ ଦିନରେ ବାଲି ଚୋରି ହେଉଥିବାରୁ ଗ୍ରାମବାସୀମାନେ ତେଜିବାରୁ ଏବେ ମାଫିଆ ରାତିର ବାଲି ଚୋରି କରୁଛନ୍ତି। ଏନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ। ଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ ନକଲେ କୋଟି କୋଟି ଟଙ୍କା ଆଗକୁ ରାଜସ୍ୱ ହାନି ହେବାର ଆଶଙ୍କା ଘାରିଛି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l