ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୋନିଆଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଇସି ନୋଟିସ୍‌

ବେଙ୍ଗାଲୁରୁ: ‘କର୍ଣ୍ଣାଟକର ଖ୍ୟାତି, ସାର୍ବଭୌମତ୍ବ ବା ଅଖଣ୍ଡତା ବିରୋଧରେ କେହି ବିପଦ ସୃଷ୍ଟି କରିବାକୁ ଉଦ୍ୟମ କଲେ, କଂଗ୍ରେସ ତାହା କରିବାକୁ ଦେବ ନାହିଁ’। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ଏହି ମନ୍ତବ୍ୟ ଦେଇଥିଲେ। ଏହାକୁ କଂଗ୍ରେସ ଦଳ ପକ୍ଷରୁ ଟ୍ବିଟ୍ କରାଯାଇଥିଲା। ସେଥିରେ ଉପରୋକ୍ତ ବାର୍ତ୍ତା ଉଲ୍ଲେଖ କରାଯିବା ସହିତ ସୋନିଆ ଗାନ୍ଧି କନ୍ନଡିଗାମାନଙ୍କୁ ଦୃଢ଼ ବାର୍ତ୍ତା ଦେଇଥିବା କୁହାଯାଇଥିଲା। ଏହା ବିରୋଧରେ ବିଜେପି ନିର୍ବାଚନ କମିସନ ଆଗରେ ଅଭିଯୋଗ କରିବା ପରେ ନିର୍ବାଚନ କମିସନ କଂଗ୍ରେସ ଦଳକୁ ନୋଟିସ ଜାରି କରିଛନ୍ତି। କଂଗ୍ରେସ ଏବଂ ସୋନିଆ ଗାନ୍ଧିଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ନିର୍ବାଚନ କମିସନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟ ସମ୍ବଳିତ ଦଳର ଟ୍ବିଟ ସଂପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ପକ୍ଷରୁ ନିର୍ବାଚନ କମିସନ ଆଗରେ ଅଭିଯୋଗ କରାଯାଇଥିଲା ଯେ, ସୋନିଆ ଗାନ୍ଧିଙ୍କ ମନ୍ତବ୍ୟ ‘ବିଭାଜନକାରୀ’।

ଏପରି ବିବୃତି ଦେଇଥିବା ସୋନିଆଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ ବିଜେପି ନିର୍ବାଚନ କମିସନ ଆଗରେ ଦାବି କରିଛି। ବିଜେପିର ଅଭିଯୋଗରେ ଦର୍ଶାଯାଇଛି ଯେ, ସାର୍ବଭୌମତ୍ବ ସଂଜ୍ଞା କେବଳ ଏକ ସ୍ବାଧୀନ ଦେଶ ପ୍ରତି ପ୍ରଯୁଜ୍ୟ। ଭାରତ ଏକ ସାର୍ବଭୌମ ଦେଶ ଏବଂ କର୍ଣ୍ଣାଟକ ଏହାର ଏକ ଗର୍ବିତ ଅଂଶ। ତେଣୁ ସୋନିଆଙ୍କ ଏପରି ମନ୍ତବ୍ୟ ଅଗ୍ରହଣୀୟ। ଏହାଦ୍ବାରା ସୋନିଆ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ନିର୍ବାଚନ ପରିଚାଳନା କମିଟି ଆବାହକ କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ ଦାଖଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହାଦ୍ବାରା ସୋନିଆ ଗାନ୍ଧି କର୍ଣ୍ଣାଟକକୁ ଭାରତଠାରୁ ଅଲଗା କରିବାକୁ ଚାହୁଛନ୍ତି ଓ ଲୋକଙ୍କ ଭିତରେ ବିଭାଜନର ବୀଜ ବପନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

କରଣ୍ଡଲାଜେଙ୍କ ସହ ଅନ୍ୟ ବିଜେପି ନେତା ଭୂପେନ୍ଦ୍ର ଯାଦବ, ଅନିଲ ବଲୁନି ଓ ତରୁଣ ଚୁଗ ପ୍ରମୁଖ ନିର୍ବାଚନ କମିସନକୁ ଯାଇ ଅଭିଯୋଗପତ୍ର ଦାଖଲ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋନିଆଙ୍କ ଉକ୍ତ ମନ୍ତବ୍ୟକୁ ‘ଦେଶ-ବିରୋଧୀ କାର୍ଯ୍ୟ’ ବୋଲି ଅଭିହିତ କରିଛନ୍ତି। ସେମାନେ କଂଗ୍ରେସର ରେଜିଷ୍ଟ୍ରେସନ ବାତିଲ କରିବା ପାଇଁ ମଧ୍ୟ ନିର୍ବାଚନ କମିସନ ଆଗରେ ଦାବି କରିଛନ୍ତି। କଂଗ୍ରେସ କର୍ଣ୍ଣାଟକକୁ ଭାରତରୁ ଅଲଗା କରିବାକୁ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ର ରୋଗ କଂଗ୍ରେସରେ ଚରମ ଅବସ୍ଥାରେ ପହଞ୍ଚିଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ