ରାଜ୍ୟ ସ୍ପେଶାଲ ରିପୋର୍ଟ

ସୋନପୁର ନିର୍ବାଚନମଣ୍ଡଳୀ : ସୁଯୋଗ ଅପେକ୍ଷାରେ ମହିଳା ପ୍ରାର୍ଥୀ

ସୋନପୁର: ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଏଯାଏ କୌଣସି ମହିଳା ବିଧାନସଭାକୁ ଯାଇ ନାହାନ୍ତି। ଏପରିକି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ପ୍ରାର୍ଥୀ ସୁଦ୍ଧା କରି ନାହାନ୍ତି। ୧୯୫୧ ନିର୍ବାଚନରେ ଗଣତନ୍ତ୍ର ପରିଷଦର ଅନନ୍ତରାମ ନନ୍ଦ, ୧୯୫୭ରେ ଗଣତନ୍ତ୍ର ପରିଷଦର ଅନନ୍ତରାମ ନନ୍ଦ, ୧୯୬୧ରେ ଗଣତନ୍ତ୍ର ପରିଷଦର ଦୌଲତ ବାଘ, ୧୯୬୭ ଓ ୧୯୭୧ରେ ସ୍ବତନ୍ତ୍ର ଦଳର ନୀଳାମ୍ବର ରାୟଗୁରୁ, ୧୯୭୪ରେ ସ୍ବତନ୍ତ୍ର ଦଳର ଦୌଲତ ବାଘ, ୧୯୭୭ରେ ଜନତା ପାର୍ଟିର ଦେବରାଜ ସେଠ, ୧୯୮୦ ରେ କଂଗ୍ରେସ(ଆଇ)ର ଧନେଶ୍ବର କୁମ୍ଭାର, ୧୯୮୫ରେ କଂଗ୍ରେସର ଅଚ୍ୟୁତାନନ୍ଦ ବିଶ୍ବାଳ, ୧୯୯୦ ଓ ୧୯୯୫ ଜନତା ଦଳ ଏବଂ ୨୦୦୦ ରେ ବିଜେଡିରୁ କୁନ୍ଦୁରୁ କୁଶଳ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୦୪ରେ କଂଗ୍ରେସର ବିନୋଦ ପାତ୍ର ଏବଂ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡିରୁ ନିରଂଜନ ପୂଜାରୀ ଲଗାତାର ବିଜୟୀ ହୋଇଆସୁଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ନାରୀନେତ୍ରୀଙ୍କ ଅଭାବ ନାହିଁ। କିନ୍ତୁ ସେମାନେ ସୁଯୋଗ ପାଇ ନାହାନ୍ତି। ୩ ଜଣ ମହିଳା ଇତିମଧ୍ୟରେ ଜିଲ୍ଲା ପରିଷଦ ସଭାପତି ହୋଇସାରିଛନ୍ତି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବିଜେଡିର ପୁଷ୍ପା କଣ୍ଟା, ୨୦୧୭-୨୦୨୨ ବିଜେପିର ଉଷା କୁମାରୀ, ୨୦୨୨ରେ ସୁପାର ଠେଲା ହୋଇଛନ୍ତି ଜିଲ୍ଲା ପରିଷଦ ସଭାପତି। ୨୦୧୩- ୨୦୧୮ ପର୍ଯ୍ୟନ୍ତ ସୋନପୁର ପୌରାଧ୍ୟକ୍ଷା ଥିଲେ ବିଜେଡିର ସୀମନ୍ତିନୀ ନାଏକ। ୨୦୨୨ ପୌର ନିର୍ବାଚନରେ ପୌରାଧ୍ୟକ୍ଷା ହୋଇଥିବା ତାମସୀ ତାମସ୍ମିତା ନାୟକ ୨୦୧୩-୨୦୧୮ ପର୍ଯ୍ୟନ୍ତ ସୋନପୁର ପୌର ପରିଷଦର ଉପାଧ୍ୟକ୍ଷା ଥିଲେ। ମହିଳାମାନଙ୍କ ପାଇଁ ସଂରକ୍ଷିତ ଜିଲ୍ଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ପଦବିରେ ମହିଳାମାନେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲାରେ ଏହିପରି ବିଭିନ୍ନ ରାଜନୈତିକ ଦଳ ଅନେକ ମହିଳା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ରହିଛନ୍ତି। ସେମାନଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ କୌଣସି ପ୍ରମୁଖ ଦଳ ଚାହିନାହାନ୍ତି। ଜିଲ୍ଲାରେ ମହିଳା ସାକ୍ଷରତା ହାର ମଧ୍ୟ ବଢ଼ିଛି। ଆଗାମୀ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।