ରାଜ୍ୟ ସ୍ପେଶାଲ ରିପୋର୍ଟ

ସୈନିକ ଗଢ଼ିଲେ ସେନା କର୍ମଚାରୀ

ଖଇରା (ଅବିନାଶ ପ୍ରଧାନ): ସେନା, ଅର୍ଦ୍ଧ ସେନା, ପୁଲିସ ଆଦି ବାହିନୀରେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କୁ ସାମିଲ କରିବା ପାଇଁ ୨୨ ଜଣ ସେନା କର୍ମଚାରୀ ବ‌ାଲେଶ୍ବର ଜିଲ୍ଲା ଖଇରାରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମି ଗଢ଼ିଛନ୍ତି। ଯେଉଁଠି ସେମାନେ ମାଗଣା ଶାରୀରିକ ଶିକ୍ଷା ଦେଉଛନ୍ତି। କେବଳ ଶାରୀରିକ ଶିକ୍ଷା ନୁହେଁ, ଲିଖିତ ପରୀକ୍ଷାରେ ଯେମିତି ପାସ୍‌ କରିହେବ, ସେଥିପାଇଁ ପ୍ରଶିକ୍ଷଣ ମଧ୍ୟ ମିଳୁଛି। ତେବେ ସେନା କର୍ମଚାରୀଙ୍କ ଏହି ମହତ ଉଦ୍ୟମ ସଫଳ ହୋଇଛି। ୪ ଜଣ ପ୍ରଶିକ୍ଷାର୍ଥୀ ସେନା ବାହିନୀରେ ଯୋଗଦେବାର ସୌଭାଗ୍ୟ ପାଇଛନ୍ତି।

୨୦୨୧ ମସିହା ଜାନୁଆରି ମାସରେ ଖଇରା ବ୍ଲକ୍‌ର ୪ ଜଣ ସେନା କର୍ମଚାରୀ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମି ନାମରେ ଏକ କୋଚିଂ ସେଣ୍ଟର ପ୍ରତିଷ୍ଠା କରି ଅଧିକ ସେନା, ଅର୍ଦ୍ଧ ସେନା, ପୁଲିସ ଆଦି କ୍ଷେତ୍ରରେ ଯିବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ। ପରେ ବ୍ଲକ୍‌ର ନୟାଖଣ୍ଡି ଗ୍ରାମ ପଡ଼ିଆରେ ଶିକ୍ଷା ଆରମ୍ଭ ହୋଇଥିଲା। ଏବେ ଏହି ଏକାଡେମିରେ ୨୨ ଜଣ ସେନା କର୍ମଚାରୀ ଶିକ୍ଷା ଦେଉଥିବା ବେଳେ ୮୦ରୁ ଅଧିକ ଯୁବକ ଯୁବତୀ ପ୍ରଶିକ୍ଷଣ ଦେଉଛନ୍ତି। ସିଆର୍‌ପିଏଫ୍‌ର ମୟୂର କୁମାର ଦାସ, ଆର୍ମିର ଅମୂଲ୍ୟ ରଞ୍ଜନ ବିନ୍ଧାଣି, ବିଜୟ କୁମାର ପ୍ରଧାନ, ଗୋପାଳ କୁମାର ମହାରଣା, ସ୍ୱୟଂପ୍ରକାଶ ସ୍ୱାଇଁ, ଆଲୋକ କୁମାର ମହାରଣା, ଓଡ଼ିଶା ପୁଲିସର ଚିତ୍ତରଂଜନ ଲେଙ୍କା, ଜ୍ଞାନରଞ୍ଜନ ଲେଙ୍କା, ରୋହିତ କୁମାର ସେଠୀ, ବିଏସ୍‌ଏଫ୍‌ର ରଞ୍ଜନ କୁମାର ସାହୁ, ସିଆର୍‌ପିଏଫ୍‌ର ଶରତ କୁମାର ଶିଅଳ ଓ ଦିଗନ୍ତ ରାଉତ, ବାୟୁସେନାର ଦୀପକ କୁମାର ସୂତାର, ନୌସେନାର ମନୋଜ କୁମାର ସ୍ବାଇଁଙ୍କ ସମେତ ଜୟନ୍ତ କୁମାର ପ୍ରଧାନ, ଅବିନାଶ ପ୍ରଧାନ, ଶିକ୍ଷକ ଦୟାନିଧି ବେହେରା, ତୃପ୍ତିକାନ୍ତ ନାୟକ ଏକାଡେମିରେ ପାଳି କରି ପ୍ରଶିକ୍ଷଣ ଦେଉଛନ୍ତି।

ଏଠାରେ କେବଳ ବାଲେଶ୍ବର ନୁହେଁ, ବାହାର ଜିଲ୍ଲାରୁ ମଧ୍ୟ ପିଲା ଆସି ପ୍ରଶିକ୍ଷଣ ନେଉଛନ୍ତି। ଲିଖିତ ପରୀକ୍ଷା ପାଇଁ ନିୟୋଜିତ ଥିବା ୪ ଜଣ ଶିକ୍ଷକଙ୍କୁ ୨୨ ଜଣ ଯବାନ ନିଜ ପକେଟ୍‌ରୁ ପାରିଶ୍ରମିକ ଦେଉଛନ୍ତି। କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମିରେ ରହିବା ପାଇଁ ହଷ୍ଟେଲ୍‌ର ବ୍ୟବସ୍ଥା ନଥିବାରୁ ବାହାର ଜିଲ୍ଲାର ଯୁବକଯୁବତୀଙ୍କୁ ଟେଲି ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ‌ଶେଷରେ ସେନା କର୍ମଚାରୀଙ୍କ ଉଦ୍ୟମ ସଫଳ ହୋଇଛି। ଏକାଡେମିର ୪ ଜଣ ପ୍ରଶିକ୍ଷାର୍ଥୀ ସେନାବାହିନୀରେ ଯୋଗଦେବାର ସୌଭାଗ୍ୟ ପାଇଛନ୍ତି। ସେମାନେ ହେଲେ; ଭଦ୍ରକ ଜିଲ୍ଲା ଅଣିଜ ଗାଁ’ର କାହ୍ନୁଚରଣ ଦେହୁରୀ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ କୁପାରୀ ଗାଁ’ର ଆର୍‌ଏସ୍ ରଞ୍ଜନ ପରିଡ଼ା, ସିମୁଳିଆ ବ୍ଲକ୍‌ ବାଲିଖଣ୍ଡ ଗାଁ’ର ଶ୍ରୀକାନ୍ତ ଶିଅଳ ଓ ସୋର ବ୍ଲକ୍‌ ସୁଲତାନପୁର ଗାଁ’ର ଜନ୍ମେଜୟ ନାୟକ।

ଏହି ସଫଳତା ବାବଦରେ ଜାଣିବା ପରେ ୪ ଜଣଙ୍କୁ ଏକାଡେମି ପକ୍ଷରୁ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀମାନେ ସ୍ବାଗତ କରିିଛନ୍ତି। ଏହା ସହିତ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କରିଛନ୍ତି। ସେହିପରି ଖଇରା ବିଡିଓ ପର୍ଶୁରାମ ପଣ୍ଡା ମଧ୍ୟ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ଯୁବକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।