ଅପରାଧ ରାଜ୍ୟ

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

ସୋର ୦୩।୦୫ : ମଦ୍ୟପ ସ୍ଵାମୀର ଉନ୍ନତ୍ତକାଣ୍ଡ। ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଇଁସି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ୱାମୀ ରାମ ମୁର୍ମୁକୁ ଥାନାରେ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ସ୍ୱାମୀ ରାମ ମୁର୍ମୁ ଅଧିକାଂଶ ସମୟ ମଦ ପିଇ ଘରକୁ ଆସିଥାନ୍ତି । ଯାହାକୁ ବିରୋଧ କରିଥାନ୍ତି ସ୍ତ୍ରୀ ଦେଉଲା ମୁର୍ମୁ । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ରାମ ମୁର୍ମୁ ପୁଣି ଥରେ ମଦ ପାଇଁ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୁପ ନେଇଥିଲା । ସ୍ତ୍ରୀ ବାଡିରେ ପିଟି ପିଟି ହତ୍ୟା କରିଦେଇଥିଲା ସ୍ୱାମୀ ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସହଯୋଗ ନେଇପାରେ ପୋଲିସ । ତେବେ କଣ ପାଇଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଲା । ସେନେଇ କିଛି ତଥ୍ୟ ହସ୍ତଗତ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।