ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଆଲିଆଙ୍କ କନ୍ୟାବେଶର ଫଟୋ

ମୁମ୍ବାଇ: ଆଲିଆଙ୍କ କନ୍ୟାବେଶ୍‌ ଦେଖିବା ପାଇଁ ତାଙ୍କର ଅଗଣତି ପ୍ରଶଂସକ ଅପେକ୍ଷା କରି ରହିଥିବା ବେଳେ ଇଣ୍ଟର୍‌ନେଟ୍‌ରେ ତାଙ୍କ କନ୍ୟାବେଶର ଏକ ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଆଲିଆ ତାଙ୍କ ଦୀର୍ଘ ଦିନର ପ୍ରେମିକ ରଣବୀର କପୁରଙ୍କୁ କେବେ ବିବାହ କରିବେ ସେ ନେଇ ସଭିଙ୍କ ମନରେ ଉତ୍ସୁକତା ରହିଛି।

ଅବଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଆଲିଆଙ୍କ କନ୍ୟାବେଶର ଫଟୋଟି ବାସ୍ତବ ନୁହେଁ ଏକ ଆଡ୍‌ ସୁଟ୍‌ ସମୟର। ତେବେ ତାଙ୍କର ଏହି ଫଟୋରେ ଭାଇରାଲ୍‌ ହେବା ପରେ ତାଙ୍କ ବାସ୍ତବ କନ୍ୟାବେଶ ଦେଖିବାକୁ ଅନେକ ପ୍ରଶଂସକ କମେଣ୍ଟ୍‌ ଦେଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।

ଫଟୋଟିରେ ଆଲିଆ ଲେହେଙ୍ଗା ପିନ୍ଧିଥିବା ସହ ହାତରେ ମେହନ୍ଦୀ ଲଗାଇ ଥିବାର ଦେଖିବାକୁ ମିଳିଛି। ଏହି ଫଟୋଟିକୁ ପ୍ରଥମେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି ପ୍ରସିଦ୍ଧ ମେହନ୍ଦୀ କଳାକାର ବୀଣା ନାଗଦା।

ସେ ପ୍ରଥମେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଟୋଟି ଦେଇ ଏବେ ତାହାକୁ ଡିଲିଟ୍‌ କରି ଦେଇଛନ୍ତି। ଆଲିଆ ଏକ ବିଜ୍ଞାପନ ପାଇଁ ସୁଟ୍‌ କରୁଥିବା ବେଳେ ଏହି ଫଟୋଟି କ୍ଲିକ୍‌ କରାଯାଇଛି।

ବିବାହ ପୋଷାକ, ଗହଣା ଓ ମେହେନ୍ଦୀ ଲଗା ଆଲିଆଙ୍କର ଏହି ଫଟୋଟିକୁ ସୋସିଆଲ୍‌ ମିଡିଆରେ ବହୁ ଗ୍ରହଣୀୟତା ମିଳିଛି। ପ୍ରଶଂସକମାନେ ଏହାକୁ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ, ବାକି ରହିଲା ଦେଖିବାକୁ ଆଲିଆ ବାସ୍ତବରେ କେବେ କନ୍ୟାବେଶରେ ନଜର ଆସୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ