ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୋସିଆଲ୍‌ ମିଡିଆରେ ଇମୋସନାଲ୍‌ ପୋଷ୍ଟ ସେୟାର କଲେ KKଙ୍କ ଝିଅ, ଲେଖିଲେ-ପାପା ତୁମେ ବହୁତ ମନେ ପଡିବ

ମୁମ୍ବାଇ ୦୩।୦୬: ବଲିଉଡର ପପୁଲାର କଣ୍ଠଶିଳ୍ପୀ କେ.କେଙ୍କ ପରଲୋକ ହୋଇଛି। ୩୧ ମେ’ କୋଲକାତାରେ ଇଭେଣ୍ଟ ସାରିବା ପରେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତଦେହ ବୁଧବାର ଦିନ କୋଲକତାରୁ ମୁମ୍ବାଇକୁ ଅଣାଯାଇଥିଲା। ଗୁରୁବାର ଦିନ କେ.କେ.ଙ୍କର ଶେଷ ରୀତିନୀତି କରାଯାଇଛି। କେ.କେଙ୍କ ମୃତ୍ୟୁ ପରେ ବିଟାଉନ୍‌ ସହ ସଂଗୀତ ଜଗତ ଦୁଃଖରେ ଭାଙ୍ଗିପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଝିଅ ଗାୟକ ତଥା ତାଙ୍କ ବାପାଙ୍କ ବିଷୟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ ସେ ସୋସିଆଲ୍‌ ମିଡିଆରେ ତାଙ୍କ ବାପାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କ ପୋଷ୍ଟ ଦେଖିଲେ ଲାଗୁଛି ସେ କେ.କେଙ୍କୁ ବହୁତ ମନେ ପକାଉଛନ୍ତି। ଲେଖିଛନ୍ତି, ‘ତୁମକୁ ସବୁବେଳେ ଭଲ ପାଇବୁ, ପାପା ତୁମେ ବହୁତ ମନେ ପଡିବ। ଆମେ ତମ ବିନା ପୁରା ଅଧୁରା ଲଭ ୟୁ ପାପା।

କହିବାକୁ ଗଲେ କେ.କେ ତାଙ୍କ ପରିବାରର ଅତି ନିକଟତର ଥିଲେ । ସେ କାମରୁ ବିରତି ନେଇ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରୁଥିଲେ। ପରିବାର ସହିତ ବାହାରୁ ବୁଲିବାକୁ ଯାଉଥିଲେ। ଶୁଣିବାକୁ ମିଳୁଛି କି କେ.କେଙ୍କ ଝିଅ ମଧ୍ୟ ଜଣେ ଗାୟକ, କମୋଜର ଏବଂ ନିର୍ମାତା । କେ.କେ ମଧ୍ୟ ଝିଅକୁ ତାଲିମ ଦେଉଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ