ମନୋରଞ୍ଜନ

ସୋନୁ ସୁଦ ଲଞ୍ଚ କଲେ ‘ମାଗଣା କୋଭିଡ ହେଲପ,’ ଘରେ ବସି କରୋନା ପରୀକ୍ଷା ଠାରୁ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ

ମୁମ୍ବାଇ: କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚରେ ଲାଗୁ ହୋଇଥିବା ଲକଡାଉନ ପରେ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ରହିଥିଲେ। ସେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରଥମେ କାମ ଆରମ୍ଭ କରିଥିଲେ । କେବଳ ‌ଯେ ସେ ଶ୍ରମିକଙ୍କୁ ଘରେ ପହଞ୍ଚାଇଥିଲେ ତାହା ନୁହେଁ, ଲୋକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା ମଧ୍ୟ କରାଇଥିଲେ।
ବର୍ତ୍ତମାନ ଦେଶରେ କରୋନାର ଦ୍ବିତୀୟ ଲହର ହେତୁ ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ହସ୍ପିଟାଲରେ ଚିକିତ୍ସା ପାଇଁ ବେଡ ପାଉ ନାହାନ୍ତି। ଏଭଳି ଗମ୍ଭୀର ପରିସ୍ଥିତିକୁ ଦେଖି ସୋନୁ ସୁଦ ‘ଫ୍ରି କୋଭିଡ ହେଲପ’ ଲଞ୍ଚ କରିଛନ୍ତି ।

‘ଫ୍ରି କୋଭିଡ ହେଲପ’ ଜରିଆରେ ଲୋକେ କରୋନା ପରୀକ୍ଷାରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ସବୁକିଛି ସୁବିଧା ମାଗଣାରେ ପାଇ ପାରିବେ । ଏଥିପାଇଁ ସୋନୁ ଫାଉଣ୍ଡେସନ୍, ହିଲ୍ ୱେଲ୍ ୨୪ ଏବଂ କ୍ରସନା ଡାଇଗ୍ନୋଷ୍ଟିକ୍ ସହ ଏକତ୍ର କାର୍ଯ୍ୟ କରିବେ । ସେ ଏକ ହ୍ୱାଟସ୍ ଅପ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଯେଉଁଥିରେ କୋଭିଡ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ ।

ସୋନୁ ଟ୍ୱିଟରେ ଲେଖିଛନ୍ତି- ‘ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟ ହ୍ୟାଣ୍ଡେଲ୍ କରିବାକୁ ଦିଅନ୍ତୁ । ‘ଫ୍ରି କୋଭିଡ ହେଲପ’ ଲଞ୍ଚ ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ